ଡାକ୍ତର ନୁହେଁ ଭୂତ କରୁଛି ଚିକିତ୍ସା : ଆସ୍ଥା ନା ଅନ୍ଧବିଶ୍ୱାସ !

ghost 11

ସାଧାରଣତଃ ଭୂତ, ପ୍ରେତ କଥା ଶୁଣିଲେ ମନ ମଧ୍ୟରେ ଭୟ ସୃଷ୍ଟି ହୋଇଥାଏ। ମାତ୍ର ଭୂତ ମଣିଷର ଚିକିତ୍ସା କରିବା କଥା ଶୁଣିଛନ୍ତି କି । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ୟୁପିର ଗୋରଖପୁରର ରାୟଗଞ୍ଜ  ଠାରେ ଏମିତି ଏକ ହସ୍ପିଟାଲ ଅଛି ଯେଉଁଠି ମଣିଷର ଚିକିତ୍ସା ଭୂତପ୍ରେତ କରିଥାନ୍ତି।

ଭୂତପ୍ରେତ ମଣିଷର କିପରି ଚିକିତ୍ସା କରିଥାନ୍ତି ତାହା ମଧ୍ୟ ବେଶ୍‌ କୌତୁହଳଜନକ। ହସ୍ପିଟାଲ୍ ବାହାରେ ଏକ କାଦୁଅ ଭର୍ତ୍ତି ପୋଖରୀ ଅଛି। ଯେଉଁଥିରେ ଭୂତପ୍ରେତ ରହିଥିବାର ବିଶ୍ୱାସ ରହିଛି।  ରୋଗୀମାନଙ୍କୁ ଏହି ପୋଖରୀ ମଧ୍ୟକୁ ଡେଇଁବାକୁ ପଡ଼ିଥାଏ ଏବଂ ଭୂତପ୍ରେତ ମାନେ ରୋଗୀର ଚିକିତ୍ସା କରିଥାନ୍ତି। ଭୂତ ଚିକିତ୍ସା ଫଳରେ ଏଠାରେ ରୋଗୀ ଭଲ ହେଉଥିବାର କୁହନ୍ତି ଏଠାରେ ରହୁଥିବା ଜଣେ ତାନ୍ତ୍ରିକ। ରୋଗ ଭଲ କରିବା ପାଇଁ ଏକ ଚତ୍ମକାରୀ ବାଡ଼ିରେ ମାଡ଼ ଖାଇବାକୁ ପଡ଼ିଥାଏ ରୋଗୀମାନଙ୍କୁ। ଏହା ଭଗବାନଙ୍କର କୃପା ବୋଲି କୁହନ୍ତି ତାନ୍ତ୍ରିକ।

ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଲୋକମାନଙ୍କ ମନ ମଧ୍ୟରେ ଥିବା ଆସ୍ଥା ଫଳରେ ରୋଗୀ ମାନେ ଟାଣି ହୋଇ ଆସିଥାନ୍ତି ଏହି ହସ୍ପିଟାଲକୁ।

Previous ArticleNext Article

Send this to a friend