ସୁନ୍ଦରୀ ହେବାକୁ ସିନ୍ଦୁକ ଚୋରି: ମଡେଲ୍‌ ହେବାକୁ ନିଜ ଘରୁ ଡକାୟତି

model

ନୂଆଦିଲ୍ଲୀ: ସବୁ ଯୁବତୀ ଚାହାଁନ୍ତି ସୁନ୍ଦରୀ ହେବାକୁ। ଆଉ ଅନେକ ଯୁବତୀ ଚାହାଁନ୍ତି ସୁନ୍ଦରୀର ତାଜ୍‌ ପିନ୍ଧିବାକୁ। ଏଥିପାଇଁ ଅନେକ କସରତ କରନ୍ତି। ଗ୍ଳାମର ଦୁନିଆର ଭିଡ଼ ଭିତରେ ନିଜକୁ ହଜାଇ ଦିଅନ୍ତି। ବିୟୁଟି କଣ୍ଟେଷ୍ଟରେ ଭାଗ ନେବାକୁ ନିଜକୁ ସଜାନ୍ତି। ଏଥିପାଇଁ ନେବାକୁ ପଡେ ସ୍ୱତନ୍ତ୍ର ତାଲିମ୍‌। ସେମାନଙ୍କ ଖାଦ୍ୟ, ସେମାନଙ୍କ ପୋଷାକ, ସେମାନଙ୍କ ଚାଲିଚଳଣି ସାଧାରଣ ଯୁବତୀଙ୍କ ଠାରୁ ବଦଳି ଯାଏ। ଆଉ ଏଥିପାଇଁ ଖର୍ଚ୍ଚ କରିବାକୁ ପଡେ ଲକ୍ଷ ଲକ୍ଷ ଟଙ୍କା।

ଦିନେ ଏମିତି ସ୍ୱପ୍ନର ଦୁନିଆରେ ହଜି ଯାଇଥିଲେ ଦିଲ୍ଲୀର ଏହି ମଧ୍ୟବିତ୍ତ ପରିବାରର ଝିଅ। ଗ୍ଲାମର ଦୁନିଆରେ ପ୍ରବେଶ କରିବାର ଇଛା ଏହି ଯୁବତୀକୁ ପାଗଳ କରି ଦେଇଥିଲା। ହେଲେ ଏଥିରେ ଅର୍ଥ ସାଜିଥିଲା ବାଧକ। କେବଳ ସେତିକି ନୁହେଁ ପରିବାର ଲୋକେ ମଧ୍ୟ ବାରଣ କରୁଥିଲେ।

ହେଲେ ସେ କିନ୍ତୁ କାହା କଥା ମାନିବାକୁ ନାରାଜ୍‌। ଶେଷରେ ଟଙ୍କା ଯୋଗାଡ କରିବାକୁ ଲୋଡିଥିଲେ ନିଜ ବନ୍ଧୁଙ୍କ ସହଯୋଗ। ଆଉ ଯୋଗାଡ ନହୋଇ ପାରିବାରୁ ନିଜ ଘରୁ ଚୋରୀ କରିବାକୁ ରଚିଥିଲେ ଷଡ଼ଯନ୍ତ୍ର।  ମଡେଲ୍‌ ହେବାକୁ ଦରକାର ଥିଲା ୬ଲକ୍ଷ ଟଙ୍କା। ନିଜର ଦୁଇ ଜଣ ବନ୍ଧୁଙ୍କ ସହ ଯୁବତୀ ଜଣଙ୍କ ନିଜ ଘରୁ ଚୋରି କରିବାକୁ ପଛାଇନଥିଲେ। ଘଟଣାଟି ଦିଲ୍ଲୀର ହର୍ଷ ବିହାର ଅଞ୍ଚଳର। ଏପ୍ରିଲ ୧୬ ତାରିଖରେ ସେ ଚୋରୀ କରିଥିଲେ ନିଜ ଘରୁ। ପୋଲିସ ତଦନ୍ତ କରି ଏହି ଯୁବତୀ ଓ ତାଙ୍କର ଦୁଇ ଜଣ ବନ୍ଧୁକୁ ଗିରଫ କରିଛି। ଏହା ସହ ଟଙ୍କା ଓ ଅଳଙ୍କାର ମଧ୍ୟ ଜବତ କରିଛି।

Previous ArticleNext Article

Send this to a friend