Google Pixel 2 ର ଫଟୋ ଲିକ୍‌; ଅଛି ଏସବୁ ଫିଚର

mobile

ନୂଆଦିଲ୍ଲୀ: ଗତବର୍ଷ ଗୁଗଲ Pixel ସ୍ମାର୍ଟଫୋନ୍ ଲଞ୍ଚ୍ କରିଥିଲା। ଏହାର ଦାମ୍ ପ୍ରାୟ ୬୦ ହଜାର ଟଙ୍କା ଥିଲା। ଏ ବର୍ଷ କଂପାନୀ Pixel 2 ଲଞ୍ଚ୍ କରିବ। ଏହା ବି ଖୁବ୍ ମହଙ୍ଗା ହେବ। ଇତି ମଧ୍ୟରେ Google Pixel 2 ର ଏକ ଫଟୋ ଲିକ୍ ହୋଇଯାଇଛି।

ଲିକ୍ ଫଟୋରୁ ଜଣାପଡ଼ିଛି ଯେ Google Pixel 2 ର ପଛ ପଟେ ଡୁଆଲ୍ କ୍ୟାମେରା ସେଟ୍ଅପ୍ ଅଛି। ଏଗୁଡ଼ିକ ଆଡ୍‌ଭାନ୍ସଡ୍ କ୍ୟାମେରା। ଭର୍ଟିକାଲ୍ କ୍ୟାମେରା ସେଟ୍‌ଅପ୍‌ ତଳକୁ ଫିଙ୍ଗରପ୍ରିଣ୍ଟ୍ ସ୍କାନର ରହିଛି। ସମ୍ମୁଖରୁ ଦେଖିଲେ ସ୍କ୍ରିନ୍ ବହୁତ ବଡ଼ ଲାଗୁଛି।

ଗତବର୍ଷ କଂପାନୀ ଲଞ୍ଚ୍ କରିଥିବା Pixel ସ୍ମାର୍ଟଫୋନ୍‌ରେ ଡୁଆଲ୍ କ୍ୟାମେରା ନ ଥିଲା।

କଂପାନୀ Pixel 2 ସହିତ Pixel 2 XL ବି ଲଞ୍ଚ୍ କରିପାରେ। ଏଗୁଡ଼ିକର କୋଡ୍ ନାଁ Walleya ଓ Muski ରଖାଯାଇଛି।

Previous ArticleNext Article

Send this to a friend