ସହାୟତାର ହାତ ବଢ଼ାଇଲେ ଗମ୍ଭୀର; ସୁକମା ସହିଦଙ୍କ ଛୁଆଙ୍କ ପଢ଼ା ଖର୍ଚ୍ଚ ଉଠାଇବେ

GautamGambhir

ନୂଆଦିଲ୍ଲୀ: ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ସିଆର୍‌ପିଏଫ୍ ଯବାନଙ୍କ ପରିବାର ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କ୍ରିକେଟର ଗୌତମ ଗମ୍ଭୀର। ସହିଦ ହୋଇଥିବା ୨୫ ଯବାନଙ୍କ ପିଲାମାନଙ୍କ ପଢ଼ା ଖର୍ଚ୍ଚ ସେ ଉଠାଇବାକୁ ଘୋଷଣା କରିଛନ୍ତି।

ଗୌତମ ଗମ୍ଭୀର ଫାଉଣ୍ଡେସନ୍ ଜରିଆରେ ଏହି ସାହାଯ୍ୟ କରାଯିବ। ସେ କହିଛନ୍ତି ଯେ ଏନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ସୁକମା ଘଟଣା ଗମ୍ଭୀରଙ୍କୁ ବହୁତ ଆଘାତ ଦେଇଛି। ଏପରିକି ଏହି ଘଟଣା ପରେ ସେ ଆଇପିଏଲ୍ ମ୍ୟାଚ୍‌ରେ ଏକାଗ୍ରଚିତରେ ଖେଳି ପାରି ନ ଥିଲେ ବୋଲି କହିଛନ୍ତି। ବୁଧବାର ରାତିରେ ରାଇଜିଂ ପୁନେ ସୁପରଜିଆଣ୍ଟ ବିପକ୍ଷ ମ୍ୟାଚ୍‌ରେ ହାତରେ କଳା ପଟି ବାନ୍ଧି ସେ ଖେଳିଥିଲେ। ସହିଦଙ୍କ ସମ୍ମାନ ଜଣାଇ ସେ କଳା ପଟି ବାନ୍ଧିଥିଲେ। ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଅଛନ୍ତି।

ଏହା ପୂର୍ବରୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ସୁକମା ସହିଦଙ୍କ ପରିବାରକୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ।

Previous ArticleNext Article

Send this to a friend