ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ

ଜମ୍ମୁ: ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ଗତକାଲି ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ଜାମ୍ମୁ ଓ କାଶ୍ମୀରରେ ରାଜନୈତିକ ଅଚଳାବସ୍ଥା ଦେଖାଦେଇଥିଲା। ଏହାର ଗୋଟିଏ ଦିନ ପରେ ଆଜି ରାଜ୍ୟପାଳ ଶାସନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଫଳରେ ଆଜିଠୁ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି। ଗତକାଲି ଆଶ୍ଚର୍ଯ୍ୟଜନକ ଭାବେ ଜାମ୍ମୁ ଓ କାଶ୍ମୀରରେ ଗତ ତିନି ବର୍ଷ ଧରି ଚାଲିଥିବା ବିଜେପି-ପିଡିପି ମେଣ୍ଟ ସରକାରରୁ ବିଜେପି ଓହରି ଯିବା ନେଇ ଘୋଷଣା କରିଥିଲା।

ରାଜ୍ୟରେ ଆତଙ୍କବାଦ ଓ ବିଶୃଙ୍ଖଳା ଘଟଣାକୁ ଦାୟୀ କରି ସରକାରରୁ ଓହରି ଯାଇଥିବା ବିଜେପି କହିଥିଲା। ମିଳିତ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର ଘୋଷଣା ପରେ ରାଜ୍ୟରେ ଗତ ୩ ବର୍ଷ ଧରି ଚାଲିଆସିଥିବା ମେଣ୍ଟ ସରକାରର ପୂର୍ଣ୍ଣଛେଦ ପଡ଼ିଥିଲା। ମେଣ୍ଟରୁ ବିଜେପି ଓହରି ଯାଇଥିବା ନେଇ ଦଳର ସାଧାରଣ ସମ୍ପାଦକ ରାମ ମାଧବଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ପଦରୁ ମେହବୁବା ମୁଫତି ଇସ୍ତଫା ଦେଇଥିଲେ। ମୁଫତିଙ୍କ ଇସ୍ତଫା ପରେ ରାଜ୍ୟପାଳ ଏନ ଏନ ଭୋରା ରାଜ୍ୟରେ କେନ୍ଦ୍ରୀୟ ଶାସନ ଲାଗୁ କରିବାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲୋଡ଼ିଥିଲେ।

Previous ArticleNext Article

Send this to a friend