ଦିଲ୍ଲୀରେ ମହିଳା ଓ ଦୁଇଚକିଆ ଗାଡ଼ିକୁ ଛାଡ କରାଯାଇପାରିବ ନାହିଁ: ଗ୍ରୀନ ଟ୍ରିବ୍ୟୁନାଲ

18825-oxqhshviwy-1510257724

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ଗାଡି ଚଳାଚଳ ବେଳେ ମହିଳା ଓ ଦୁଇଚକିଆ ଗାଡିକୁ ଛାଡ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ମନା କରିଛନ୍ତି। ଏଥିସହ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଚଳାଚଳ କରିବା ପାଇଁ ଗ୍ରୀନ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି। ଆଜି ଶୁଣାଣି ବେଳେ ଦୁଇଚକିଆ ଗାଡି ଚାଳକଙ୍କ ଭିଡ଼କୁ ସମ୍ଭାଳିବା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ନୁହଁନ୍ତି ବୋଲି ଗ୍ରୀନ ଟ୍ରିବ୍ୟୁନାଲରେ ଯୁକ୍ତି ରଖିଥିଲେ। କିନ୍ତୁ ଏହାକୁ ଟ୍ରିବ୍ୟୁନାଲ ଗ୍ରହଣ କରି ନଥିଲେ। ମହିଳାମାନଙ୍କ ପାଇଁ ବସ୍ ଓ ମେଟ୍ରୋରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି। ଯୁଗ୍ମ ଅଯୁଗ୍ମ ଗାଡି ଚଳାଚଳ କଟକଣା ବେଳେ ମହିଳା ଓ ଦୁଇ ଚକିଆ ଗାଡିକୁ ଛାଡ କରିବା ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଆବେଦନ ହୋଇଥିଲା। ପୂର୍ବରୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆମ୍ବୁଲାନ୍ସ୍ ଓ ଅଗ୍ନିଶମ ବିଭାଗ ଗାଡି ଚଳାଚଳ ପାଇଁ ଅନୁମତି ଦେଇଥିଲେ। ଆଜି ମଧ୍ୟ ପୁରା ସହରରେ ଧୂଆଁର ଆସ୍ତରଣ ଆଚ୍ଛାଦିତ ହୋଇ ରହିଛି।

Previous ArticleNext Article

Send this to a friend