ଆସିଲା ଜିଏସଟି ଆପ୍‌: ଯିଏ ଠକିବ ଧରାପଡ଼ିବ

app

ନୂଆଦିଲ୍ଲୀ: ଜିଏସଟିକୁ ନେଇ ଆପଣ ଆଉ ଦ୍ୱନ୍ଦ୍ୱରେ ରହିବେନି। ସେହିପରି କାହାଠାରୁ ଠକାମିର ମଧ୍ୟ ଶିକାର ହେବେ ନାହିଁ।  କାରଣ ସରକାର  ଲଞ୍ଚ୍  କରଛନ୍ତି ଜିଏସଟି ଆପ୍। ଜୁଲାଇ ୧ରୁ  ଜିଏସଟି ଲାଗୁ କରିବା ପରେ ମୋଦି ସରକାର ‘ଜିଏସଟି ଫାଇଣ୍ଡ’ର ଆପ୍ ଲଞ୍ଚ୍ କରିଛନ୍ତି। ଏହି ଆପ୍‌ଟିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ସାହାଯ୍ୟରେ କେଉଁ ଦ୍ରବ୍ୟ ଉପରେ କେତେ ଟ୍ୟାକ୍ସ ତାହାର ସଠିକ୍‌ ମୂଲ୍ୟ ଜଣାପଡିବ।  ଏଥିରେ ପ୍ରତିଟି ସାମଗ୍ରୀର ଜିଏସଟିର ମୂଲ୍ୟ ସହଜରେ ଜାଣିହେବ। ଏହି ଆପ୍‌ଟିକୁ ଅଫ୍‌ ଲାଇନରେ ମଧ୍ୟ ବ୍ୟବହାର କରିହେବ। ଏହି ଆପ୍‌ କେବଳ ଆଣ୍ଡ୍ରଏଡ୍ ଫୋନରେ ଉପଲବ୍ଧ ହେବ ।

ଅତିଶୀଘ୍ର ଏହାକୁ ଆଇଓଏସ୍ ପାଇଁ ମଧ୍ୟ ବ୍ୟବହାର କରାଯିବ। ଗୁଗୁଲ ପ୍ଲେଷ୍ଟୋରରୁ GST Rates Finder ଆପ୍‌ ଡାଉନଲୋଡ କରାଯାଇପାରିବ। ଏହି ମୋବାଇଲ ଆପରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ ଆଣ୍ଡ କଷ୍ଟମର(CBEC)ଲୋଗୋ ରହିଛି। ଆପକୁ ଓପନ କରିଲେ ଆପଣଙ୍କୁ କ୍ୱିକ୍ ସର୍ଚ୍ଚ, ଟ୍ୟାକ୍ସ୍ ରେଟ୍-ସର୍ଭିସେସ୍ ଆଦି ଅପ୍ସନ ଆଦି ଆସିବ। ଏପରିକି ଏହି ଆପ ସାହାଯ୍ୟରେ ଆପଣ ହୋଟେଲରେ ଦେଇଥିବା ଟ୍ୟାକ୍ସ ଜିଏସଟି ହିସାବରେ ଠିକ ଅଛିକି ନାହିଁ ଜାଣିପାରିବେ।

Previous ArticleNext Article

Send this to a friend