ହର୍ଷଦଙ୍କ ହାଇଭୋଲଟେଜ ଚ୍ୟାଲେଞ୍ଜ, ରାନ୍‌ସମ୍‌ୱେର୍‌କୁ ଟକ୍କର ଦେଉଛନ୍ତି 23 ବର୍ଷୀୟ ଯୁବକ

hardhik

ଅହମ୍ମଦାବାଦ: ସାରା ବିଶ୍ୱରେ ଏବେ ରାନ୍‌ସମ୍‌ୱେର୍‌ ସାଇବର ଆଟାକ୍‌କୁ ନେଇ ତନାଘନା ଚାଲିଥିବା ବେଳେ ନିଜର ଡାଟା ପାଇବା ପାଇଁ ଦେବାକୁ ପଡୁଛି ମୋଟା ଅଙ୍କର ଅର୍ଥ। ଏପରି ସମୟରେ ସାଇବର ସେଲ୍‌ରେ କାମ କରୁଥିବା ୨୩ ବର୍ଷୀୟ ହର୍ଷଦ୍‌ ପଟେଲ୍‌ ଏବେ ହିରୋ ବନି ଯାଇଛନ୍ତି। ହର୍ଷଦ ଏବେ ସାଇବର ଆକ୍ରମଣକାରୀଙ୍କୁ ଚ୍ୟାଲେଞ୍ଚ୍‌ ଦେଇଛନ୍ତି। ଗତ ୭୨ ଘଣ୍ଟା ମଧ୍ୟରେ ହର୍ଷଦ ସରକାର ଓ ପୋଲିସ୍‌ କମ୍ପ୍ୟୁଟରକୁ ରାନ୍‌ସମ୍‌ୱେର୍‌ ଭାଇରସ୍‌ ଆଟାକ୍‌ରୁ ପ୍ରାୟ ୪୦ ପ୍ରତିଶତ ଡାଟା ଅନ୍‌ଲକ୍‌ କରି ସାରିଛନ୍ତି।

ହର୍ଷଦଙ୍କ ଏହି ସଫଳତା ପାଇଁ କ୍ରାଇମବ୍ରାଞ୍ଚ ବେଶ୍‌ ପ୍ରଭାବିତ ହୋଇଛି। କ୍ରାଇମବ୍ରାଞ୍ଚ ଡିସିପି ଦୀପନ ଭଦ୍ରନ କହିଛନ୍ତି,“ରାନ୍‌ସମ୍‌ୱେର୍‌ରେ ପ୍ରଭାବିତ କୌଣସି ବ୍ୟକ୍ତିକୁ ଆମେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଛୁ। ୧୩୦ଟି ସରକାରୀ କମ୍ପ୍ୟୁଟର ରାନ୍‌ସମ୍‌ୱେର୍‌ ଆଟାକ୍‌ର ଶିକାର ହୋଇଛି। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ପୋଲିସ୍ ଡାଟା ମଧ୍ୟ ରହିଥିଲା।”

ହର୍ଷଦ ସବୁବେଳେ ଆମକୁ ସାଇବର କ୍ରାଇମ୍‌ରେ ସାହାଯ୍ୟ କରି ଆସୁଛି ବୋଲି କ୍ରାଇମବ୍ରାଞ୍ଚ ଡିସିପି କହିଛନ୍ତି।

ରିପୋର୍ଟ ଓ ଫଟୋ-ନଇ ଦୁନିଆ

Previous ArticleNext Article