ହୋଟେଲ ରୁମ୍‌ରେ ଯୁବତୀଙ୍କ ସହ ହାର୍ଦ୍ଦିକ ପଟେଲ, କିଛି ସମୟ ପରେ ଲିଭେଇ ଦେଲେ ଲାଇଟ୍‌

ନୂଆଦିଲ୍ଲୀ: ଗୁଜୁରାଟରେ ପଟିଦାର ଆରକ୍ଷଣ ଆନ୍ଦୋଳନର ସୂତ୍ରଧର ହାର୍ଦ୍ଦିକ ପଟେଲ ଏବେ ଅଡୁଆରେ । ୟୁଟ୍ୟୁବ୍‌ରେ ତାଙ୍କର ଏକ ଆପତ୍ତିଜନକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ହାର୍ଦ୍ଦିକ ଏକ ହାପ୍‌ ପ୍ୟାଣ୍ଟ ଓ ଟି-ସର୍ଟ ପିନ୍ଧି ଏହି ଭିଡିଓରେ ନଜର ଆସିଛନ୍ତି । ହେଲେ ସେ ଏକା ନାହାନ୍ତି। ତାଙ୍କ ସହ  ଅଛନ୍ତି ଜଣେ ମହିଳା । ଦୁହେଁ ଏକ ହୋଟେଲ ରୁମ୍‌ରେ ରହିଥିବା ପରି ମନେ ହେଉଛି। ଗୋଟିଏ ଖଟରେ କିଛି ସମୟ କଥା ହେବା ପରେ ପୁରା କୋଠରୀ ଅନ୍ଧା ହୋଇଯାଉଛି।

ୟୁଟ୍ୟୁବ୍‌ରେ ପ୍ରସାରିତ ହେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଇଆଡେ ମୁଣ୍ଡ ଉପରେ ଗୁଜୁରାଟ ନିର୍ବାଚନ। ଏହି ଭିଡିଓ ଦେଖି ରାଜ୍ୟବାସୀଙ୍କ ମୁହଁରେ ଏବେ ଅନେକ ପ୍ରଶ୍ନ। ଭିଡିଓ ସତ କି ମିଛ, ସେ ନେଇ ଟୁପୁର ଟାପର ଆରମ୍ଭ ହୋଇଥିବା ବେଳେ ମୁହଁ ଖୋଲିଛନ୍ତି ହାର୍ଦ୍ଦିକ । ସେ କହିଛନ୍ତି, ଏଭଳି ଭିଡିଓ ଜାରି କରି ଜଣେ ମହିଳାଙ୍କ ସମ୍ମାନ ପ୍ରତି କୁଠାରାଘାତ କରାଯାଇଛି। କଥା ସ୍ପଷ୍ଟ ଯେ, ଏକ ହୀନ ରାଜେନୈତିକ ଚକ୍ରାନ୍ତ ।

ଆହୁରି ମଧ୍ୟ ପଢନ୍ତୁ: ସଚ୍ଚୋଟ ବ୍ୟୁରୋକ୍ରାଟଙ୍କୁ ଏମିତି ପୁରସ୍କାର: ଭେଟନ୍ତୁ ୫୧ଥର ବଦଳି ହେଇଥିବା ଏହି ଆଇଏସସ୍ ଅଫିସରଙ୍କୁ

ସୂଚନାଯୋଗ୍ୟ, ଆସନ୍ତା ମାସ ୯ ଓ ୧୪ ତାରିଖରେ ଗୁଜୁରାଟ ବିଧାନସଭା ନିର୍ବଚନ ଅନୁଷ୍ଠିତ ହେଉଛି। ଏଠାର କଂଗ୍ରସ ଓ ବିଜେପି ମଧ୍ୟ ସିଧା ମୁକାବିଲା ହେଉଥିବା ବେଳେ ହାର୍ଦ୍ଦିକ କଂଗ୍ରେସକୁ ସମର୍ଥନ କରିବେ ବୋଲି କହିଛନ୍ତି । ଏଣୁ ରାଜନୀତି ପଶାପାଲିରେ ତାଙ୍କ ଚିତ୍ରଙ୍କୁ କଳଙ୍କିତ କରିବାକୁ ଏଭଳି ଚକ୍ରାନ୍ତ କରାଯାଉଛି ବୋଲି ସମର୍ଥକମାନେ ଅଭିଯୋଗ କରିଛନ୍ତି। କିଛିଦିନ ତଳେ ହାର୍ଦ୍ଦିକ ନିଜେ ମଧ୍ୟ କୌଣସି ଭିଡିଓ ତାଙ୍କ ସମ୍ପର୍କରେ ଜାରି ହୋଇପାରେ ବୋଲି ସନ୍ଦେହ ପ୍ରକାଶ କରି ବିବୃତ୍ତି ରଖିଥିଲେ। ତେବେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟ କିଭଳି ପ୍ରଭାବିତ ହେଉଛି ତାହା ଦେଖିବାକୁ ରହିଲା।

Previous ArticleNext Article

Send this to a friend