ଅନ୍ଧବିଶ୍ୱାସୀ ଏହି ମନ୍ତ୍ରୀ, ଜ୍ୟୋତିଷଙ୍କ ସତର୍କବାଣୀ ପରେ ଏ କି ଅବସ୍ଥା

ବେଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର): ଗ୍ରହ ଦୋଷ ଆଶଙ୍କା ଓ ଜ୍ୟୋତିଷ କଥା ମାନି ଦିନକୁ ପ୍ରାୟ ୩୫୦ କିଲୋମିଟର ଯିବା ଆସିବା କରୁଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କର୍ଣ୍ଣାଟକର ମନ୍ତ୍ରୀ HD ରେବଣା। ରେବଣା ହେଉଛନ୍ତି ମୁଖ୍ୟମନ୍ତ୍ରୀ HD କୁମାରସ୍ୱାମୀଙ୍କ ବଡ଼ ଭାଇ ଓ ସେ ପୂର୍ତ୍ତ ବିଭାଗର ମନ୍ତ୍ରୀ। ପ୍ରତି ଦିନ ସେ ନିଜ ନିର୍ବାଚନ ମଣ୍ଡଳୀ ହସନ ଜିଲ୍ଲାର ହୋଲେ ନାରାସିପୁରାରୁ ବେଙ୍ଗଳୁରୁ ଯିବା ଆସିବା କରୁଛନ୍ତି। ଚର୍ଚ୍ଚା ହୋଉଛି ଯେ, ଜ୍ୟୋତିଷ କଥା ମାନି ସେ ଏପରି କରୁଛନ୍ତି।  ମନ୍ତ୍ରୀ ପଦ ଥିବା ଯାଏ ନିଜ ଘରେ ନ ରହିବାକୁ କୁଆଡ଼େ ଜ୍ୟୋତିଷ ତାଙ୍କୁ ପରାମର୍ଶ ଦେଇଥିଲେ। ନ ହେଲେ ଅଶୁଭ ହେବ ବୋଲି ସେ ସତର୍କବାଣୀ ଦେଇଥିଲେ। ମନ୍ତ୍ରୀ ଭାବେ ତାଙ୍କୁ ଏଯାଁଏ ସରକାରୀ ବାସଭବନ ମିଳି ନଥିବାରୁ ଜ୍ୟୋତିଷଙ୍କ ସତର୍କବାଣୀ ଅନୁସାରେ HD ରେବଣା ପ୍ରତିଦିନ ପ୍ରାୟ ସାଢ଼େ ୩ ଶହ କିଲୋମିଟର ଯିବା ଆସିବା କରୁଥିବା ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ସେ ଖଣ୍ଡନ କରିଛନ୍ତି। ତେବେ ଜ୍ୟୋତିଷ ଉପରେ ରେବଣାଙ୍କ ଅଖଣ୍ଡ ବିଶ୍ୱାସ ବୋଲି ଜଣାପଡ଼ିଛି।

Previous ArticleNext Article

Leave a Reply

Send this to a friend