କେଜ୍ରିୱାଲଙ୍କ ପିଛା ଛାଡୁନି ବିବାଦ: ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟରୁ ନୋଟିସ

feku1

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମିଥ୍ୟା ସତ୍ୟପାଠ ମାମଲାରେ ୪ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ଜାରି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ପକ୍ଷରୁ ଆଗତ ଏକ ମାମଲାରେ ଅରବିନ୍ଦ କେଜରିୱାଲ ମିଥ୍ୟା ସତ୍ୟପାଠ କରିଥିବା ଅଭିଯୋଗ ହୋଇଥିଲା। ବରିଷ୍ଠ ଓକିଲ ରାମ ଜେଠମଲାନୀଙ୍କୁ ଗାଳିଗୁଲଜ କରିବା ପାଇଁ କେଜରିୱାଲ ନିର୍ଦ୍ଦେଶ ଦେଇଥିଲେ ବୋଲି ଅରୁଣ ଜେଟଲି ଅଭିଯୋଗ କରିଛନ୍ତି।
ସେପଟେ ଗାଳିଗୁଲଜ କରିବା ପାଇଁ ଜେଠମଲାନୀଙ୍କୁ କୌଣସି ନିର୍ଦ୍ଦେଶ ଦେଇ ନଥିବା କେଜ୍ରିୱାଲ ସତ୍ୟପାଠରେ ଦର୍ଶାଇଥିଲେ। କିନ୍ତୁ କୋର୍ଟରେ ଜେଠମଲାନୀ ନିଜେ କହିଥିଲେ ଯେ ଏଥିପାଇଁ କେଜ୍ରିୱାଲ ତାଙ୍କୁ କହିଛନ୍ତି। ଫଳରେ କେଜ୍ରିୱାଲଙ୍କ ବିରୋଧରେ ଅରୁଣ ଜେଟଲି ୧୦କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି। ଏଥିସହ କୋର୍ଟରେ ଶୁଣାଣିବେଳେ ଅରବିନ୍ଦ କେଜରିୱାଲଙ୍କ ଓକିଲ ରାମ ଜେଠମଲାନୀ ଗାଳିଗୁଲଜ କରିଥିବାରୁ ଆଉ ଏକ ମାମଲା ରୁଜୁ କରିଛନ୍ତି ଅରୁଣ ଜେଟଲି। ଡିସେମ୍ବର ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Previous ArticleNext Article

Send this to a friend