ଆଇନ ତା’ବାଟରେ ଗଲା: ହାଇକୋର୍ଟ ଜଜ୍‌ଙ୍କ ବିରୋଧରେ ଗିରଫ ପରୱାନା

karnan

କୋଲକାତା: କୋଲକାତା ହାଇକୋର୍ଟ ଜଜ୍‌ ସି.ଏସ୍‌. କରନନ୍‌ଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ଅଦାଲତ ଅବମାନନା ମାମଲାରେ ସୁପ୍ରିମ୍‌କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି। ମାର୍ଚ୍ଚ ୩୧ରେ କରନନ୍‌ଙ୍କୁ ହାଜର କରାଇବା ପାଇଁ କୋଲକାତା ପୋଲିସ ମୁଖ୍ୟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ ହାଇକୋର୍ଟ ଜଜ୍‌ କରନନ୍‌ଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲାର ବିଚାର କରୁଛନ୍ତି। କରନନ୍‌ ଉଦ୍ଦେଶ୍ୟମୂଳକ ଭାବେ ମାନସିକ ନିର୍ଯାତନା ଦେବା ସହ ତାଙ୍କ ସ୍ୱାମୀଙ୍କ ବିରୋଧରେ ମିଥ୍ୟା ଆରୋପ ଆଣିଥିବା ନେଇ ମାଡ୍ରାସ୍‌ ହାଇକୋର୍ଟରେ ଜଣେ ବିଚାରପତିଙ୍କ ପତ୍ନୀ ଅଭିଯୋଗ କରିଥିଲେ।

ପୂର୍ବରୁ କାର୍ଯ୍ୟକାରୀ ବିଚାରପତି ଓ ପୂର୍ବତନ ବିଚାରପତିମାନେ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ କରି ଜଷ୍ଟିସ୍‌ କରନନ୍‌ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଜଣେ କାର୍ଯ୍ୟକାରୀ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଅଦାଲତ ଅବମାନନା ନିର୍ଦ୍ଦେଶ ଜାରି କରାଯିବା ଦେଶରେ ପ୍ରଥମ ଘଟଣା।

Previous ArticleNext Article

Send this to a friend