ଫୁଟବଲ୍‌ ବିଶ୍ୱକପରେ ଆଜି ହାଇଭୋଲଟେଜ୍‌ ମ୍ୟାଚ୍‌: ମେସିଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଗ୍ରୁପ ସିର ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ସନ୍ଧ୍ୟା ୫ଟା ୩୦ରେ ଡେନମାର୍କ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଫ୍ରାନ୍ସ ଓ ପେରୁ ମଧ୍ୟରେ ହେବ ଲଢେଇ। ଡେନମାର୍କ ପ୍ରଥମ ମ୍ୟାଚ୍‌ ଜିତିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ତେଣୁ ଆଜିର ମ୍ୟାଚ୍‌ରେ ଡେନମାର୍କ ଜିତିଲେ ପ୍ରି କ୍ୱାଟର୍‌ ଖେଳିବା ନିଶ୍ଚତ ହୋଇଯିବ। ଫ୍ରାନ୍ସ ପ୍ରଥମ ମ୍ୟାଚ ଜିତିଥିବାବେଳେ ପେରୁ ତାର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି। ସେହିପରି ଗ୍ରୁପ ଡି ମୁକାବିଲାରେ ଆର୍ଜେଣ୍ଟିନ ଓ କ୍ରୋଏସଆ ମଧ୍ୟରେ ହେବ ଲଢେଇ।

ଗ୍ରୁପ ସିରେ ଆଜି ଫ୍ରାନ୍ସ ସହ ପେରୁର ହେବ ଲଢେଇ। ପ୍ରଥମ ମୁକାବିଲାରେ ଫ୍ରାନ୍ସ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ମନୋବଳକୁ ବେଶ ଦୁଦୃଢ କରିଛି। ପ୍ରି କ୍ୱାର୍ଟର ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିବାକୁ ହେଲେ ଆଜିର ମ୍ୟାଚରେ ବିଜୟ ନିହାତି ଆବଶ୍ୟକ। ଫର୍ମ ଓ ରେକର୍ଡକୁ ଦେଖିଲେ ଫ୍ରାନ୍ସର ପଲ୍ଲା ଭାରି ରହିଛି। ଯୁବ ତାରକାଙ୍କ ପ୍ରଦର୍ଶନ ହିଁ ଫ୍ରାନ୍ସ ଟିମର ଦମ୍। ଚଳିତ ବିଶ୍ୱକପର ମୋଷ୍ଟ ପ୍ରମିଜିଁ ୟଙ୍ଗ ଟ୍ୟାଲେଣ୍ଟ କୁହାଯାଉଥିବା କିଲିୟାନ ଏମ୍ବାପେ ଉପରେ ରହିବ ସମସ୍ତଙ୍କ ନଜର। ସେପଟେ ଯୁବ ଏମ୍ବାପେଙ୍କ ସାଥ୍‌ ଦେବା ପାଇଁ ଦଲରେ ଅଛନ୍ତି ଅଭିଜ୍ଞ ଅଲିଭର ଗିରୌଡ ଏବଂ ଆଣ୍ଟୋନିଓ ଗ୍ରୀଜମ୍ୟାନ। ମିଡଫିଲ୍ଡରେ ପଲ ପୋଗବାଙ୍କ ଭଳି ଖେଳାଳି ମଧ୍ୟ ଫ୍ରେଞ୍ଚ ଟିମ ପାଇଁ ଆସେଟ ସାବ୍ୟସ୍ତ ହୋଇପାରନ୍ତି।

ସେପଟେ ୧୯୮୨ ପରେ ପ୍ରଥମ ଥର ବିଶ୍ୱକପ ଯୋଗ୍ୟତା ଅର୍ଜନ କରିଥିବା ପେରୁ ପାଇଂ ଫ୍ରାନସ  ଚ୍ୟାଲେଞ୍ଜ  ପାର କରିବା ମୁସ୍କିଲ୍‌ ଦେଖାଯାଉଛି। ପ୍ରଥମ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଡେନମାର୍କଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିଲା ପେରୁ। ତେଣୁ ପ୍ରତିଯୋଗିତାରେ ତିଷ୍ଠିବାକୁ ହେଲେ ଆଜିର ମ୍ୟାଚରେ ଲାଟିନ ଆମେରିକା ଟିମକୁ କିଛି କରିସ୍ମା ଦେଖାଇବାକୁ ପଡିବ। ଦଳର ଷ୍ଟାର ଖେଳାଳି ଜେଫରସନ ଫର୍ଫାନ ଏବଂ ଫରୱାର୍ଡ ଏଡିସନ ଫ୍ଲୋରେସଙ୍କ ଉପରେ ନିର୍ଭର କରୁଛି ଦଳ।Image result for fifa world cup 2018

ଗ୍ରୁପ ଡିରେ ଆଜି ଆର୍ଜେଣ୍ଟିନାର ଦ୍ୱିତୀୟ ମୁକାବିଲା କ୍ରୋଏସିଆ ସହ ହେବ। ଦଳର ପ୍ରାରମ୍ଭ ନୈରାଶ୍ୟଜନକ ଥିଲା। ଆଇସଲ୍ୟାଣ୍ଡ ଭଳି ଦୁର୍ବଳ ଟିମ ସହ ୧-୧ରେ ମ୍ୟାଚ ଡ୍ର ରଖି ଫୁଲ ପଏଣ୍ଟରୁ ବଂଚିତ ହୋଇଛି ଆର୍ଜେଣ୍ଟିନା। ଏହି ମ୍ୟାଚରେ ଖରାପ ଖେଳ ଖେଳି ସମାଲୋଚିତ ହୋଇଥିବା ଆର୍ଜେଣ୍ଟିନା ଆଜିର ମ୍ୟାଚ୍‌ରେ ଜିତି ପ୍ରତିଯୋଗିତାରେ ଚିଷ୍ଠି ରହିବାକୁ ଲକ୍ଷ୍ୟ ରଖିଛି। ଷ୍ଟାର ଖେଳାଳି ମେସିଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିବ ଆର୍ଜେଣ୍ଟିନା। ପ୍ରଥମ ମ୍ୟାଚରେ ପେନାଲଟି ମିସ୍  କରିଥିବା ମେସିଙ୍କ ସହ ଦଳ ମଧ୍ୟ ଚାପରେ ରହିବ। ଆଜିର ମ୍ୟାଚ ହାରିଲେ ଗତ ସଂସ୍କରଣର ଫାଇନାଲିଷ୍ଟ ଆର୍ଜେଣ୍ଟିନାକୁ ତିଷ୍ଠିବାକୁ ସଂଘର୍ଷ କରିବାକୁ ପଡିବ।

Soccer Football - World Cup - Group C - Denmark vs Australia - Samara Arena, Samara, Russia - June 21, 2018 Australia's Mile Jedinak scores their first goal froma penalty

ସେପଟେ ପ୍ରଥମ ମ୍ୟାଚରେ ନାଇଜେରିଆକୁ ୨-୦ରେ ହରାଇ ଦମଦାର ପ୍ରଦର୍ଶନରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା କ୍ରୋଏସିଆ ମନୋବଳ ଦୃଢ ରହିଛି। ଆହତ ସମସ୍ୟା ଯୋଗୁ ନିକୋଲା କାଲନିନିଙ୍କ ଅନୁପସ୍ଥିତି ଦଳ ପାଇଁ ଝଟକା ସାବ୍ୟସ୍ତ ହୋଇପାରେ। ତେଣୁ ମିଡଫିଲ୍ଦରେ ଲୁକା ମୋଡ୍ରିକଙ୍କ ଉପରେ ହିଁ ଦଳ ନିର୍ଭର କରୁଛି। ତେବେ ମେସିଙ୍କୁ ଅଟକାଇବା ଲାଗି ପ୍ରାଣେ ପ୍ରାଣେ ଚେଷ୍ଟା କରିବ ଦଳ। କାରଣ କ୍ରୋଏସିଆ ଜାଣିଛି  ଆର୍ଜେଣ୍ଟିନାକୁ ପରାସ୍ତ କରିପାରିଲେ ପ୍ରି-କ୍ୱାର୍ଟର ଖେଳିବା ନିଶ୍ଚିତ ହୋଇପାରିବ। ୧୯୯୮ରେ ଖେଳାଯାଇଥିବା ଦୁଇ ଦେଶ ମଧ୍ୟରେ ଏକ ମାତ୍ର ବିଶ୍ୱକପ ମୁକାବିଲାରେ ଆର୍ଜେଣ୍ଟ୍ଇନା ୧-୦ରେ ବିଜୟୀ ହୋଇଥିଲା।

Previous ArticleNext Article

Send this to a friend