ବିଜେପି ନେତାଙ୍କ ବିରୋଧରେ ରହିଛି ସର୍ବାଧିକ ଅପହରଣ ମାମଲା

ନୂଆଦିଲ୍ଲୀ: ଅନେକ ରାଜନୈତିକ ଦଳର ନେତାମାନଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ଥିବା ଅଭିଯୋଗ ରହିଛି। ତେବେ ଭାରତୀୟ ଜନତା ପାର୍ଟି (ବିଜେପି) ଦଳର ପ୍ରାୟ ୧୬ ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପହରଣ ସମ୍ୱନ୍ଧିତ ଅପରାଧିକ ମାମଲା ରୁଜୁ ହୋଇଛି। ଯାହା ଭାରତର କୌଣସି ରାଜନୈତିକ ଦଳଠାରୁ ସବୁଠାରୁ ଅଧିକ। ବର୍ତ୍ତମାନ ଉପସ୍ଥିତ ଥିବା ୪,୮୬୭ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ଆଧାରରେ ଏହି ତଥ୍ୟ ଖୁଲାସା ହୋଇଛି। ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ(ଏଡିଆର) ଦ୍ୱାରା ଗତକାଲି ଏହି ତାଲିକା ଜାରି କରାଯାଇଛି।

୭୭୦ ସାଂସଦ ଓ ୪,୦୮୬ ବିଧାୟକଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ  ୧,୦୨୪  ବା ୨୧ ପ୍ରତିଶତ ଦେଶର ସାଂସଦ-ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ  ୬୪ ଜଣ ନିଜ ବିରୋଧରେ ଅପହରଣ ସମ୍ୱନ୍ଧିତ ମାମଲା ଥିବା ଦର୍ଶାଇଛନ୍ତି।  ଏମାନଙ୍କ ମଧ୍ୟରୁ ୧୭ଜଣ ବିଭିନ୍ନ ରାଜନୈତିକ ଦଳ ସହ ଜଡ଼ିତ ଅଛନ୍ତି। ୪ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ।

ସେହିପରି  କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)  ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳର ୧୨ ଜଣ ସଦସ୍ୟ ବିରୋଧରେ ଅପରାଧିକ ମାମଲା ରହିଛି। ଏଡିଆର ଅନୁସାରେ , ରାଷ୍ଟ୍ରବାଦୀ କଂଗ୍ରେସର ଦଳର ୫ ଜଣ, ବିଜୁ ଜନତା ଦଳର ୪, ଡିଏମ୍‌କେରର ୪, ସମାଜବାଦୀ ପାର୍ଟିର ୩, ଟିଡିପିର ୩, ତୃଣମୂଳ କଂଗ୍ରେସ, ସିପିଆଇଏମ୍‌ ଓ ଶିବସେନାର ୨ ଜଣ ଲେଖାଏ ସଦସ୍ୟ ସାମିଲ ଅଛନ୍ତି।

ଏହି ତାଲିକାରେ ଜନଶକ୍ତି ପାର୍ଟି, ଜେଡିୟୁ, ଟିଆର୍‌ଏସ୍‌ ଓ ଉତ୍ତରପ୍ରଦେଶର ନିଶାଦ ପାର୍ଟିର ଜଣେ ଲେଖାଏଁ ସଦସ୍ୟଙ୍କ ନାଁ ରହିଛି।

ଅପହରଣ ସମ୍ୱଦ୍ଧିତ ଅଭିଯୋଗ ଥିବା ବଧାୟକଙ୍କ ମଧ୍ୟରୁ ବିହାର ଓ ଉତ୍ତରପ୍ରଦେଶରୁ ୧୮ ଜଣ ଅଛନ୍ତି। ମହାରାଷ୍ଟ୍ରରୁ ୮, ପଶ୍ଚିମବଙ୍ଗରୁ ୬, ଓଡ଼ିଶା ଏବଂ ତାମିଲନାଡୁରୁ ୮, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ରାଜସ୍ଥାନରୁ ୯ ଓ ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ପଞ୍ଚାବ ଓ ତେଲେଙ୍ଗନାର ଜଣେ ଜଣେ ସଦସ୍ୟ ସାମିଲ ଅଛନ୍ତି।

Previous ArticleNext Article

Send this to a friend