ଇ-ମେଲ ମାଧ୍ୟମରେ ଅମିତାଭ କିଏ ବୋଲି ପ୍ରଶ୍ନ କରିଛନ୍ତି ହିଲାରୀ

hillari_clinton

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ପଦ ପାଇଁ ଡମୋକ୍ରାଟିକ୍ ପାର୍ଟିର ଆଶାୟୀ ପାର୍ଥ୍ରୀ ହିଲାରୀ କ୍ଲିଣ୍ଟନଙ୍କ ଇ-ମେଲ ଲିକ୍ ହୋଇଥିବା ଘଟଣା ଏବେ ଚର୍ଚ୍ଚାରେ। ଚର୍ଚ୍ଚା ତାଙ୍କ ଇ-ମେଲ କନେକ୍ସନ୍‌କୁ ନେଇ। ତାଙ୍କ ଲିକ୍‌ ମେଲ୍ସ ମଧ୍ୟରୁ ଗୋଟିଏ ମେଲ ବଲିଉଡ ବିଗ୍‌ ବି ଅମିତାଭଙ୍କ ସଂପର୍କରେ ରହିଛି। ମେଲ ମାଧ୍ୟମରେ ହିଲାରୀ, ଅମିତାଭଙ୍କ ପ୍ରତି ଖାସ୍ ରୁଚି ଦେଖାଉଥିବାର ଜଣାପଡ଼ୁଛି। ୱାଶ୍ୱିଂଟନ୍‌ ପୋଷ୍ଟର ରିପୋର୍ଟ ଅନୁଯାୟୀ ଲିକ୍ ହୋଇଥିବା ମେଲ୍ସ ମାନଙ୍କ ମଧ୍ୟରୁ ଅମିତାଭଙ୍କ ସଂପର୍କିତ ଏକ ମେଲ ଟ୍ୱିଟରରେ ସେୟାର କରାଯାଇଛି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଇ-ମେଲର ଏକ ଛବିରେ ହିଲାରୀ ନିଜ ଆସିଷ୍ଟାଣ୍ଟଙ୍କୁ ଅମିତାଭ କିଏ ବୋଲି ପ୍ରଶ୍ନ କରୁଥିବାର ଦେଖାଯାଇଛି। ତେବେ ଅମିତାଭଙ୍କୁ ନେଇ ହିଲାରୀଙ୍କ ଏପରି ଇ-ମେଲ ପଛର କାରଣ ଏବେ ସୁଧା ସ୍ପଷ୍ଟ ହୋଇପାରି ନାହିଁ।

Previous ArticleNext Article

Send this to a friend