ଜାଣନ୍ତି କି ଫାଦର୍ସ ଡେ’ ପାଳନ କେମିତି ଆରମ୍ଭ ହୋଇଥିଲା

ନୂଆଦିଲ୍ଲୀ: ଆଜି ବିଶ୍ୱ ପିତୃ ଦିବସ। ଜୁନ୍‌ ମାସର ତୃତୀୟ ରବିବାରକୁ ପିତୃଦିବସ ରୂପେ ପାଳନ କରାଯାଏ। ବାପାଙ୍କ ପାଇଁ ଦିନଟିକୁ ଖାସ୍‌ ବନାଇବା ଲାଗି ଏହାକୁ ପାଳନ କରାଯାଇଥାଏ। ଆପଣ ଜାଣନ୍ତି କି, ପିତୃ ଦିବସ ବା ଫାଦର୍ସ ଡେ’ କେବେଠୁ ଓ କ’ଣ ପାଇଁ ଆରମ୍ଭ କରାଯାଇଥିଲା। ତେବେ ଆସନ୍ତୁ ଜାଣିବା ପିତୃ ଦିବସ ପାଳନ ପଛର କାହାଣୀ।

ପିତୃ ଦିବସ ବା ଫାଦର୍ସ ଡେ’କୁ ନେଇ ଇତିହାସରେ ଦୁଇଟି କାହାଣୀ କୁହାଯାଏ। ୧୯୦୮ ଜୁଲାଇ ୫ରେ ପଶ୍ଚିମ ଭର୍ଜିନିଆରେ ପ୍ରଥମେ ଫାଦର୍ସ୍‌ ଡେ ପାଳନ କରାଯାଇଥିଲା। ଏହାର କିଛି ବର୍ଷ ପୂର୍ବେ ୬ ଡିସେମ୍ୱର ୧୯୦୭ରେ  ପଶ୍ଚିମ ଭର୍ଜିନିଆର ଏକ ଫ୍ୟାକ୍ଟ୍ରିରେ ରେ ବଡ ଦୁର୍ଘଟଣା ହୋଇଥିଲା। ଏଥିରେ ୩୬୨ ଲୋକଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ୧୦୦୦ରୁ ଅଧିକ ସନ୍ତାନ ନିଜ ପିତାଙ୍କୁ ହରାଇଥିଲେ। ନିଜ ପିତାଙ୍କୁ ସମ୍ମାନ ଦେବା ପାଇଁ ଗ୍ରେସ୍‌ ଗୋଲ୍ଡନ୍‌ କ୍ଲେଟନ୍‌  ନାମକ ମହିଳା ୫ ଜୁଲାଇରୁ ଫାଦର୍ସ ଡେ’ ରୂପେ ପାଳନ କରିବା ଆରମ୍ଭ କରିଥିଲେ।

ସେହିପରି କିଛି ଲୋକଙ୍କ ମତରେ  ଫାଦର୍ସ ଡେ’ ପ୍ରଥମ ଥର ପାଇଁ ୧୯୦୯ରେ ଆମେରିକାର ୱାଶିଂଟନ୍‌ରେ ପାଳନ କରାଯାଇଥିଲା। ୱାସିଂଟନ୍‌ରେ ରହୁଥିବା ସୋନୋରୋ ଡୋଡ୍‌ ନିଜ ପିତାଙ୍କ ଲାଗି ଦିନଟି ପାଳନ କରିଥିଲେ। ସୋନୋରୋ ଛୋଟ ବେଳୁ ନିଜ ମାଙ୍କୁ ହରାଇଥିଲେ।  ଚର୍ଚ୍ଚରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମଦର୍ସ ଡେ’ ପାଳନ କରାଯାଉଥିବା ବେଳେ ଫାଦର୍ସ ଡେ’ ପାଳନ କରାଯିବା କଥା ସେ କହିଥିଲେ।

ଏହାପରେ ୧୯୬୬ରେ ଜୁନ୍‌ ତୃତୀୟ ରବିବାରକୁ ସାରା ଦେଶରେ ପିତୃଦିବସ ରୂପେ ପାଳନ କରାଯାଉଛି।  ପାଶ୍ଚାତ ସଂସ୍କୁତିକୁ ଅନୁକରଣ କରି  ଭାରତରେ କିଛି ବର୍ଷ ହେବ ପିତୃଦିବସ ବା ଫାଦର୍ସ ଡେ’ ପାଳନ କରାଯାଉଛି।

Previous ArticleNext Article

Send this to a friend