ଘରେ ପହଞ୍ଚିବ ପେଟ୍ରୋଲିୟମ୍‌ ଉତ୍ପାଦ: ହୋମ ଡେଲିଭରୀ ପାଇଁ କେନ୍ଦ୍ର କରୁଛି ବ୍ୟବସ୍ଥା

petrol-pump

ଖୁବଶୀଘ୍ର ଗ୍ରାହକଙ୍କ ଘରେ ପହଞ୍ଚିବ ପେଟ୍ରୋଲିୟମ ଉତ୍ପାଦ। ହୋମ ଡେଲିଭରୀ ସେବା ପହଞ୍ଚାଇବାକୁ କେନ୍ଦ୍ର ସରକାର ବିଚାରବିମର୍ଷ କରୁଛନ୍ତି।  ଏହି ବ୍ୟବସ୍ଥା ହେଲେ ଗ୍ରାହକମାନଙ୍କୁ ଫୁଏଲ୍‌ ଷ୍ଟେସନ୍‌ରେ ଆଉ ଲମ୍ବା ଲାଇନରେ ଅପେ‍କ୍ଷା କରିବାକୁ ପଡିବନି।  ଅନଲାଇନରେ ବୁକିଂ କଲେ ପେଟ୍ରୋଲିୟମ ଉତ୍ପାଦ ଆସି ଘରେ ପହଞ୍ଚି ଯିବ। ଟ୍ୱିଟ୍‌ ମାଧ୍ୟମରେ ତୈଳ ମନ୍ତ୍ରଣାଳୟ ଏଭଳି ଘୋଷଣା କରିଛି ।

ଆମ ଦେଶରେ ୩୫କୋଟିରୁ ଉର୍ଦ୍ଧ୍ୱ ଲୋକ ଲୋକ ଦୈନଦିନ ଇନ୍ଧନ ଜାତୀୟ ଉତ୍ପାଦ କିଣିବାକୁ ଯାଇଥାନ୍ତି। ଏହାସହ ବାର୍ଷିକ ୨୫ଶହ କୋଟି ଟଙ୍କା ଏଥିରେ ନେଣଦେଣ ହୋଇଥାଏ। ଭାରତ ଇନ୍ଧନ ବ୍ୟବହାର କ୍ଷେତ୍ରରେ ସାରା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ତେବେ ହୋମ ଡେଲିଭେରୀ ବ୍ୟବସ୍ଥା ଦ୍ୱାରା ଲୋକଙ୍କ ସମୟ ବଞ୍ଚିବ ଓ ଘଣ୍ଟାଘଣ୍ଟାର ଅପେକ୍ଷାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।

Previous ArticleNext Article

Send this to a friend