ହନିପ୍ରୀତଙ୍କୁ ଖୋଜୁଛନ୍ତି କି ? ଡାଏଲ କରନ୍ତୁ ଏହି ନମ୍ବର

Honeypreet-Ram-Rahim

ନୂଆଦିଲ୍ଲୀ: ଦୁଇଜଣ ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଏବେ ଜେଲରେ ସଜ୍ଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍‌ ରାମ ରହିମଙ୍କ ଧରମ ଝିଅ ହନିପ୍ରୀତଙ୍କୁ ଖୋଜୁଛି ପୋଲିସ୍‌। ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କର କୌଣସି ଖବର ମିଳୁନାହିଁ। ସତେ ଯେମିତି ଧରାପୃଷ୍ଠରୁ ଅଦୃଶ୍ୟ ହୋଇଯାଇଛନ୍ତି। ହନିପ୍ରୀତଙ୍କ ଦେଖାନାହିଁ। ହେଲେ ତାଙ୍କ ମୋବାଇଲ ନମ୍ବର ୮୬**୭୭ ଓ ହ୍ୱାଟ୍ସଆପ୍‌ ନମ୍ବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ଏହି ନମ୍ବର ସୁଇଚି ଅଫ୍‌ ଦେଖାଉଛି।

କେବଳ ସୋସିଆଲ ମିଡିଆରେ ହନିପ୍ରୀତ ଏହି ନମ୍ବର ବ୍ୟବହାର କରୁ ନଥିଲେ। ଅନ୍ୟ କାମରେ ମଧ୍ୟ ଏହାକୁ ବ୍ୟବହାର କରୁଥିଲେ। ଇଣ୍ଡିଆନ୍ ଫିଲ୍ମ ଏଣ୍ଡ ଟେଲିଭିଜନ ଡାଇରେକ୍ଟ ଆସୋସିଏସନ୍‌ (ଆଇଏଫ୍‌ଟିଡିଏ)ରେ ସଦସ୍ୟତା ପାଇଁ ହନିପ୍ରୀତ ଏହି ନମ୍ବର ବ୍ୟବହାର କରିଥିଲେ। ରାମ ରହିମଙ୍କ କେଳାଙ୍କାରୀ ପଦାକୁ ଆସିବା ପରେ ଆଇଏଫ୍‌ଟିଡିଏ ରାମ ରହିମ ଓ ହନିପ୍ରୀତଙ୍କ ସଦସ୍ୟତା ରଦ୍ଦ କରି ଦେଇଛି।

୮୬**୭୭ ନମ୍ବର ହ୍ୱାଟ୍ସଆପ୍‌ ଆକାଉଣ୍ଟ ଫଟୋରେ ଉଭୟ ରାମ ରହିମ ଓ ହନୀପ୍ରିତଙ୍କ ବାଇକ୍‌ରେ ବସିଥିବା ଦେଖିବାକୁ ମିଳୁଛି। ଏହାର ଷ୍ଟାଟସ୍‌ରେ ‘At School’ ଲେଖା ଯାଇଛି। ମିଡିଆ ଖବର ଅନୁସାରେ ହନୀପ୍ରିତ ଏହି ନମ୍ବରରେ ବେଳେ ବେଳେ କଥା ହୁଅନ୍ତି ବୋଲି ଜଣାପଡ଼ିଛି।

ସେହିପରି ଆଇଏଫ୍‌ଟିଡିଏରେ ସଦସ୍ୟ ପାଇଁ ଦେଇଥିବା ଫର୍ମରେ ହନିପ୍ରୀତ ପିତାଙ୍କ ନାମ ରାମ ରହିମ ବୋଲି ଲେଖିଛନ୍ତି। ତାଙ୍କର ଠିକଣା ଡେରା ସଚ୍ଚା ସୌଦା ସିରସା ହରିଆଣା ଉଲ୍ଲେଖ ରହିଛି। ଏଥିରେ ସେ ଯୁକ୍ତଦୁଇ ପର୍ଯ୍ୟନ୍ତ ପଢ଼ିଥିବା ଦର୍ଶାଇଛନ୍ତି।

 

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend