ଭୁଶୁଡି ପଡ଼ିଲା ୪ ମହଲା ହୋଟେଲ, ୧୦ ମୃତ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଚାରି ମହଲା ବିଶିଷ୍ଟ ହୋଟେଲ ବିଲଡିଂ ଭୁଶୁଡି ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ଜଣ ଗୁରୁତର ଆହତ  ହୋଇଛନ୍ତି।  ସେମାନଙ୍କୁ ଇନ୍ଦୋରର ଏମୱାଇ ହସପିଟାଲରେ ଭର୍ତ୍ତି  କରାଯାଇଛି ।  ଏବେ ବି ଭଗ୍ନାବଶେଷ ତଳେ କିଛି ଚାପି ହୋଇ  ରହିଥିବା ସନ୍ଦେହ କରାଯାଉଛି ।  ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ  ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।   ଗତକାଲି  ରାତିରେ ବିଲଡିଂକୁ ଏକ ଭାରିଯାନ ଧକ୍କା ଦେବାରୁ ଭୁଶୁଡି ପଡିଥିଲା।    ଏହି ବିଲଡିଂଟି ୫୦ବର୍ଷ ତଳର ବୋଲି ଜଣାପଡିଛି ।  ଘଟଣା ପରେ  ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଏକ ଜରୁରୀ ବୈଠକ ଡାକି  ପରିସ୍ଥିତିର ସମୀକ୍ଷା କରିଛନ୍ତି ।  ଏଥିସହ ମୃତକଙ୍କ ପରିବାର ପ୍ରତି  ୨ଲକ୍ଷ ଟଙ୍କା ଓ ଆହତଙ୍କ ପ୍ରତି ୫୦ହଜାର ଟଙ୍କା ଅନୁକମ୍ପା ରାଶି  ଘୋଷଣା କରିଛନ୍ତି।

 

Previous ArticleNext Article

Send this to a friend