ସୋସିଆଲ ମିଡିଆର କମାଲ, ଟ୍ରେନରେ ୫ମାସର ଛୁଆ ପାଖରେ ପହଞ୍ଚିଲା କ୍ଷୀର

child-hungry

ଗୁଜୁରାଟଏକ ଦମ୍ପତ୍ତି ତାଙ୍କର ୫ମାସର ଛୁଆକୁ ନେଇ ଟ୍ରେନରେ ଗୁଜୁରାଟରୁ ତିରୁନେଲାଭେଲି ଯାତ୍ରା କରୁଥିବା ବେଳେ ଛୁଆକୁ ଭୋକ ଲାଗିଥିଲା । ସାଙ୍ଗରେ ଆଣିଥିବା କ୍ଷୀର ବୋତଲ ବାହାର କରିବା ପରେ ଜଣାପଡିଥିଲା ଯେ ଗରମ ଯୋଗୁ କ୍ଷୀର ଛିଡିଯାଇଥିଲା । ଏହିସମୟରେ ଛୁଆଟି ଭୋକରେ ଯୋର୍‌ରେ କାନ୍ଦୁଥିଲେ ମଧ୍ୟ ଦମ୍ପତ୍ତିଙ୍କ ପାଖରେ କୌଣସି ବିକଳ୍ପ ନଥିଲା । କାରଣ ଟ୍ରେନ କ୍ୟାଣ୍ଟିନ୍‌ରେ କ୍ଷୀର ନିଥିବା ସ୍ଥଳେ ଟ୍ରେନଟି ଆଗାମି ଷ୍ଟେସନରେ ପହଞ୍ଚିବା ପାଇଁ କିଛି ଘଣ୍ଟାର ସମୟ ଲାଗିବାର ଥିଲା ।  ଫଳରେ ଏହି ବଗିରେ ଯାତ୍ରା କରୁଥିବା ଅନ୍ୟଜଣେ ଯାତ୍ରୀ ନେହା ବାପତ୍‌ ଏହି ଘଟଣା ବିଷୟରେ ସୋସିଆଲ ମିଡିଆରେ ଷ୍ଟାଟସ୍‌ ପୋଷ୍ଟ କରିଥିଲେ ଏବଂ ତାଙ୍କୁ ବନ୍ଧୁ ଓ ରେଲ୍‌ୱେ ଅଧିକାରୀଙ୍କ ସୟାହତା ପାଇଁ ଅନୁରୋଧ କରିଥିଲେ । ନେହା ଫେସବୁକ୍‌,ଟ୍ୱିଟର୍‌ ଏବଂ ହ୍ୱାଟସପ୍‌ରେ ଏହି ଘଟଣା ବିଷୟରେ ପୋଷ୍ଟ କରିଥିଲେ । ଏବଂ ସୋସିଆଲ ମିଡିଆ ସହାୟତାରେ ରେଲ୍‌ୱେ ଅଧିକାରୀଙ୍କୁ ଯଣାଯାଇଥିଲା ଏବଂ ରେଲ୍‌ୱେ ଅଧିକାରୀମାନେ ମଧ୍ୟ ସହାୟତାର ହାତ ବଢାଇଥିଲେ । ନିକରେ ଏକ ଷ୍ଟେସନରେ ଟ୍ରେନକୁ ରୋକାଯାଇ ଭୋକିଲା ଛୁଆକୁ କ୍ଷୀର ପ୍ୟାକେଟ୍‌ ଦିଆଯାଇଥିଲା । କ୍ଷୀର ପିଇଲା ପରେ ଛୁଆଟିର କାନ୍ଦ ବନ୍ଦ ହୋବାରୁ ଟ୍ରେନରେ ଯାତ୍ରାକରୁଥିବା ଲୋକେ ରେଲ୍‌ୱେ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ ।

Previous ArticleNext Article

Send this to a friend