ପ୍ରେମ ପାଖରେ ହାରିଗଲା ଧର୍ମ : ବିବାହ ବନ୍ଧନରେ ଆବନ୍ଧ ହେଲେ ଆଇଏଏସ୍ ୱାନ-ଟୁ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ୨୦୧୫ ଆଇଏଏସ୍ ଟପ୍ପର  ଟୀନା ଡାବି । ଜୀବନସାଥୀ ରୂପେ ୨୦୧୫ର ସେକେଣ୍ଡ  ଆଇଏଏସ ଟପ୍ପର ଅତହର ଅମିର ଉଲ୍ ଶଫି ଖାନଙ୍କ ହାତ ଧରିଛନ୍ତି।  ଜଣେ ଟପ୍ପର ଆଉ ଜଣେ ସେକେଣ୍ଡ ରାଙ୍କର । ଉଭୟ ଦକ୍ଷିଣ  କାଶ୍ମୀରର ପହଲଗାମରେ ବିବାହ କରିଛନ୍ତି । ବିବାହ ଉତ୍ସବରେ  ଉଭୟଙ୍କ ପରିବାର ଓ ନିକଟତମ ବନ୍ଧୁ ଥିଲେ।  ଗତକାଲି ଉଭୟଙ୍କ  ଥିଲା ରିସେପସନ୍ ପାର୍ଟି । ଟ୍ରେନିଂ ନେବା ସମୟରେ ହିଁ ଉଭୟ  ପରସ୍ପର ପ୍ରେମରେ ପଡ଼ି ଯାଇଥିଲେ।

ଉଭୟ ସୋସିଆଲ୍  ମିଡିଆରେ ଏହାକୁ ଖୋଲାଖୋଲି ସ୍ୱୀକାର କରିଥିଲେ।  ଅତହରଙ୍କ  ସରଳପଣ ତାଙ୍କୁ ପ୍ରଭାବିତ କରିଥିଲା ବୋଲି ସେତେବେଳେ ଟୀନା  କହିଥିଲେ।  ସେତବେଳେ ଟୀନା ଓ ଅତହରଙ୍କ ପ୍ରେମକୁ ନେଇ ମଧ୍ୟ  କିଛି ଋଢିବାଦୀ ଗୋଷ୍ଠୀ ବିରୋଧ କରିଥିଲେ । ଉଭୟଙ୍କ ଧର୍ମ ଅଲଗା  ହୋଇଥିବାରୁ ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ମଧ୍ୟ କିଛି କମ୍ ହୋଇ  ନଥିଲା।

କିନ୍ତୁ ଯାହା କୁହାଯାଏ, ପ୍ରେମ କୌଣସି ଜାତି ଧର୍ମ ମାନେନି  ଶେଷରେ ସେୟା ହିଁ ହେଲା ୩ ବର୍ଷର ପ୍ରେମ ପରେ ଉଭୟ  ଜୀବନସାଥୀ ରୂପେ ପରଷ୍ପରର ହାତ ଧରିଛନ୍ତି।  ପ୍ରଥମ ଦଳିତ ଭାବେ  ଟୀନା ୨୦୧୫ରେ ଆଇଏଏସ୍ ଟପ୍ପର ହୋଇଥିଲେ।

Previous ArticleNext Article

Send this to a friend