ଆଇଆଇଏସ୍‌ସି ଶ୍ରେଷ୍ଠ, ଉତ୍କଳ କେତେ ରାଙ୍କରେ ଅଛି ପଢ଼ନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ(IISC) ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ। ଦିଲ୍ଲୀର ମିରଣ୍ଡା ହାଉସ୍‌ ଶ୍ରେଷ୍ଠ କଲେଜ। କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ରାକିଂଙ୍ଗ ଫ୍ରେମ୍ଓ୍ୱର୍କ (ଏନ୍‌ଆଇଆର୍‌ଏଫ୍‌)ରେ ଆଜି ଏହା ପ୍ରକାଶ ପାଇଛି। ବିଶ୍ୱ ବିଦ୍ୟାଳୟ, କଲେଜ, ଇଂଜିନିୟରିଂ, ମ୍ୟାନେଜମେଣ୍ଟ, ମେଡିକାଲ, ଆର୍କିଟେକ୍ଚର, ଫାର୍ମାସୀ ଓ ଲ’ ପରି ଏମିତି ୯ଟି ବର୍ଗକୁ ନେଇ ଏହି ରାଙ୍କିଙ୍ଗ ପ୍ରକାଶ ପାଇଛି।

ଓଭର-ଅଲ୍ ରେଟିଂରେ IIT ମାଡ୍ରାସ୍। ଦ୍ୱିତୀୟ ସ୍ଥାନରେ IISC ବେଙ୍ଗଳୁରୁ ରହିଥିବା ବେଳେ IIT ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି। ଷଷ୍ଠ ସ୍ଥାନରେ JNU ରହିଥିବାବେଳେ BHU ବାରଣାସୀ ନବମ ସ୍ଥାନ ଦଖଲ କରିଛି। ମ୍ୟାନେଜମେଣ୍ଟ ଶିକ୍ଷା ଲାଗି ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ତାଲିକାରେ IIMA ଟପ୍‌ରେ ରହିଛି। IIM ବେଙ୍ଗଳୁରୁ ଦ୍ୱିତୀୟ ଓ IIM କୋଲକାତା ତୃତୀୟ ସ୍ଥାନରେ ରହିଛି। ମେଡିକାଲ ସାଇନ୍ସ କ୍ଷେତ୍ରରେ ଦିଲ୍ଲୀ ଏମ୍‌ସ ଦେଶର ଏକ ନମ୍ବର ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ହାସଲ କରିଛି। ସେହିପରି ଓଭର ଅଲ୍ ରାଙ୍କିଂର ୩୮ତମ ସ୍ଥାନରେ ରହିଛି ଓଡ଼ିଶାର SOA ବିଶ୍ୱବିଦ୍ୟାଳୟ। NIT ରାଉରକେଲା ୪୨ତମ ସ୍ଥାନରେ ରହିଥିବା ବେଳେ IIT ଭୁବନେଶ୍ୱର ୫୧, କିଟ୍ ୬୫, OUAT ୧୩୭ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ୧୪୭ ନମ୍ବରରେ ରହିଛନ୍ତି।

Previous ArticleNext Article

Send this to a friend