ଆଇଆଇଟି, ଡିୟୁ ୱେବସାଇଟ୍‌ରେ ଦେଶ ବିରୋଧୀ ସ୍ୱର, ହ୍ୟାକ୍‌ କଲା ପାକିସ୍ତାନ

Untitled-1

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନ ସମ୍ପର୍କରେ ତଥ୍ୟ ଗାଏବ। ବଦଳରେ ଦେଶ ବିରୋଧୀ ସ୍ୱର। ଭାରତକୁ ବନାମ କଲା ଭଳି ଆପତ୍ତିଜନକ ଭାଷାର ବ୍ୟବହାର । ଭାରତର ୩ ପ୍ରମୁଖ ଶିକ୍ଷାନୁଷ୍ଠାନର ୱେବସାଇଟ ହ୍ୟାକ୍‌ କରି ଏମିତି କିଛି ଆପତ୍ତିଜନକ ତଥ୍ୟକୁ ପୋଷ୍ଟ କରାଯାଇଥିଲା।  ଆଇଆଇଟି ଦିଲ୍ଲୀ, ଅଲିଗଡ଼ ମୁସଲିମ୍‌ ୟୁନିଭରସିଟି ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୱେବସାଇଟକୁ ପାକିସ୍ତାନର ଜଣେ ଯୁବକ ହ୍ୟାକ୍‌ କରିଛି। ଏସବୁ ୱେବସାଇଟରେ ବିଶ୍ବବିଦ୍ୟାଳୟ ସମ୍ପର୍କିତ ତଥ୍ୟକୁ ଉଡ଼ାଇ ଭାରତ ବିରୋଧୀ ଶବ୍ଦ ବ୍ୟବହାର କରାଯାଇ ଥିଲେ ମଧ୍ୟ ପରେ କର୍ତ୍ତୃପକ୍ଷ ସତର୍କ ହୋଇଯାଇଥିଲେ।

ପୋଷ୍ଟର କିଛି କ୍ଷଣ ମଧ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଡିଲିଟ କରିଦେଇଛନ୍ତି । “ନିରୀହ କଶ୍ମୀର ବାସୀ ସେନା ଦ୍ବାରା ମରୁଛନ୍ତି, ଯୁବତୀମାନଙ୍କୁ ସେନା ବଳାତ୍କାର କରୁଛି” ଭଳି ଅନେକ ଆପତ୍ତିଜନକ ତଥ୍ୟ ପୋଷ୍ଟ କରାଯାଇଥିଲା। ତେବେ ଏହି ପୋଷ୍ଟକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଡିଲିଟ କରିଦେଇଛନ୍ତି। ସୂଚନା ଅନୁଯାୟୀ ପାକିସ୍ତାନର ରେଲେୱ ୱେବସାଇଟକୁ ଭାରତର ଜଣେ ଯୁବକ ହ୍ୟାକ୍‌ କରିଥିବା ଅଭିଯୋଗ ଆସିବା ପରେ ପାକିସ୍ତାନର ସମ୍ପୃକ୍ତ ଯୁବକ ଭାରତର ଶିକ୍ଷାନୁଷ୍ଠାନର ୱେବସାଇଟ୍‌କୁ ହ୍ୟାକ୍‌ କରିଥିବା କୁହାଯାଉଛି।

Previous ArticleNext Article

Send this to a friend