ସୋମବାର ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଫାଇଲ ନ କଲେ ଆଉ ସୁଯୋଗ ମିଳିବନି

income

ନୂଆଦିଲ୍ଲୀ: ଆୟକର ବିଭାଗର କଡ଼ା ନିଷ୍ପତ୍ତି।  ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଫାଇଲ ନେଇ ଧାର୍ଯ୍ୟ ହୋଇଥିବା ଜୁଲାଇ ୩୧କୁ କଶ୍ମିନ୍‌ କାଳେ ଘୁଞ୍ଚାଯିବ ନାହିଁ।  ଅର୍ଥାତ ଆୟକର ଦେଉଥିବା ବ୍ୟକ୍ତିମାନଙ୍କୁ ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଫାଇଲ ନେଇ ଆଉ ସୁଯୋଗ ମିଳିବ ନାହିଁ। ସୂଚନା ଅନୁଯାୟୀ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଫାଇଲ ନେଇ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା।  ଅଦ୍ୟାବଧି ୨ କୋଟି ଲୋକ ଏହି ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଫାଇଲ କରିସାରିଛନ୍ତି।  ଅନଲାଇନ୍‌ରେ http://incometaxindiaefiling.gov.in/  ଏହି ୱେବସାଇଟ୍‌ରେ ଫାଇଲ ହୋଇପାରିବ।

Previous ArticleNext Article

Send this to a friend