ଶଶିକଳାଙ୍କ ସାମ୍ରାଜ୍ୟର ଫିଟୁଛି ଗୁମର: ଆଇଟି ରେଡ୍, ୧୪ଶହ ୩୦କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

sasikala8

ନୂଆଦିଲ୍ଲୀ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଟ ସହଯୋଗୀ କୁହାଯାଉଥିବା ଏଆଇଏଡିଏମକେ ବିଦ୍ରୋହୀ ନେତା ଶଶିକଳାଙ୍କ ଖୋଲିଲା ଗୁମର। ଟିକସ ଫାଙ୍କି ଅଭିଯୋଗରେ ଦେଶର ଏକାଧିକ ସହରରେ ରେଡ୍ କରିଥିଲା ଆୟକର ବିଭାଗ।   ଭିନ୍ନ ଭିନ୍ନ ୧୮୭ଟି ସ୍ଥାନରେ ହୋଇଥିଲା ଏହି ଚଢାଇ।   ଲଗାତର ୫ ଦିନ ଧରି ମାରାଥନ ଚଢାଉ କରିଥିଲେ ଆୟକର ବିଭାଗର ପ୍ରାୟ ୨ହଜାରରୁ ଅଧିକ କର୍ମଚାରୀ।   ବର୍ତ୍ତମାନ ସୁଦ୍ଧା ଅଟକଳ ଅନୁସାରେ ୧୪୩୦ କୋଟି ଟଙ୍କାର ସମ୍ପତ୍ତିର ଖୋଜ ଖବର ମିଳିଛି।  ରିୟଲ ଇଷ୍ଟେଟ ବ୍ୟବସାୟରେ ଲାଗିଥିଲା ଏହି ଟଙ୍କା  ବିଭିନ୍ନ ସ୍ଥାନରେ ଚଢାଉରେ ୭କୋଟିରୁ ଅଧିକ କ୍ୟାସ ଜବତ ହୋଇଛି।   ୫ କୋଟି ଟଙ୍କାର ଅଧିକ ମୂଲ୍ୟର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି।   ଆୟକର ଚଢାଉରେ ବହୁମୂଲ୍ୟର ହୀରା ଅଳଙ୍କାର ମଧ୍ୟ ଠାବ ହୋଇଛି।

ଶଶିକଳା ଲିଙ୍କରେ ୧୫ଟି ବ୍ୟାଙ୍କ ଲକର୍ସ  ଜବତ ହୋଇଥିବା ସମ୍ପତ୍ତି ମଧ୍ୟରୁ ଅଧିକାଂଶ ଶଶିକଳାଙ୍କ ଭଣଜା ଏବଂ ଜୟା ଟିଭି ସିଇଓ ବିବେକ ଜୟରାମନଙ୍କ ନାଁରେ ଥିବା ଜଣାପଡିଛି। ଚଢଉ ଶେଷ ହୋଇଥିବାବେଳେ,ସମ୍ପତ୍ତିର ଆକଳନ ଜାରି ରହିଛି  ସମ୍ପତ୍ତିର ଆକଳନ ପରେ ଆହୁରି ଅନେକ ତଥ୍ୟ ମିଳିପାରିବ। ଅନ୍ୟପଟେ  ଆୟକର ବିଭାଗର ଏହି ଚଢଉକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଆୟକର ଠକେଇ ଅଭିଯୋଗରେ ଆଇଟି ବିଭାଗର ମାରାଥନ ଚଢାଉ ଚାଲିଥିବାବେଳେ ସାଧାରଣ ଜନତାଙ୍କ ଆଗରେ କାହିଁକି ସମସ୍ତ ତଥ୍ୟ ରଖାଯାଉନାହିଁ ବୋଲି ଦଳ ପ୍ରଶ୍ନ କରିଛି।

Previous ArticleNext Article

Send this to a friend