ସ୍ୱାଧୀନ ଭାରତରେ ବ୍ରିଟିସ୍‌ ରାଜ: ସକୁନ୍ତଳା ରେଲୱେର ମାଲିକ ବ୍ରିଟିସ୍‌ କମ୍ପାନୀ

Narrow_Gauge_Train_at_Rajim (1)

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବାରେ ୭୦ ଦଶନ୍ଧି ବିତି ଗଲାଣି। ହେଲେ ଏବେ ବି ଭାରତରେ ବ୍ରିଟିସ୍‌ ରାଜ ଚାଲିଛି। ଏହା ଆମେ କହୁନାହୁଁ, ମହାରାଷ୍ଟ୍ରର ସକୁନ୍ତଳା ରେଲୱେକୁ ଦେଖିଲେ ଜାଣିହେବ। ଭାରତୀୟ ରେଲୱେ ୧୯୫୧ରେ ରାଷ୍ଟ୍ରାୟତ କମ୍ପାନୀରେ ପରିଣତ ହୋଇଥିଲା। କେବଳ ସକୁନ୍ତଳା ରେଲୱେଜ୍‌କୁ ଛାଡି। ଏବେ ଏହା ଇଂଲଣ୍ଡର ନ୍ୟାରୋ ଗେଜ ରେଲୱେ ନେଟ୍‌ୱର୍କ ଅଧୀନରେ ଚାଲୁଛି।

ଏହି ଟ୍ରେନ୍‌ ମହାରାଷ୍ଟ୍ରର ୟବତମାଲା ଓ ଅଚଲପୁର (ଅମ୍ରାବତୀ ଜିଲ୍ଲା) ମଧ୍ୟରେ ଚାଲୁଛି। ୧୯୦ କି.ମି. ପଥକୁ ୪ ଘଣ୍ଟାରେ ଅତିକ୍ରମ କରୁଥିବା ଏହି ଟ୍ରେନ୍‌ ଅଞ୍ଚଳବାସୀଙ୍କ ଯାତାୟାତର ଲାଇଫ୍‌ଲାଇନ୍‌ ପାଲଟିଛି।

ରେଲୱେ ସେଣ୍ଟ୍ରାଲ ପ୍ରୋଭିଜନ ସକୁନ୍ତଳା ରେଲୱେକୁ ୧୯୧୦ରେ ଆରମ୍ଭ କରିଥିଲା। ଏହାର ମାଲିକାନା ବ୍ରିଟିସ୍‌ ଫାର୍ମ କିଲିକ-ନିକ୍ସନ ପାଖରେ ରହିଛି। ୟବତମାଲାରୁ ମୁମ୍ବାଇକୁ କଟନ୍‌ ରପ୍ତାନୀ ଉଦ୍ଦେଶ୍ୟରେ କମ୍ପାନୀ ଏହି ରେଳ ଲାଇନ୍‌ ନିର୍ମାଣ କରିଥିଲା। ଲେବରପୁଲ ଦ୍ୱାରା ନିର୍ମୀତ ଜେଡଡି ଷ୍ଟିମ୍‌ ଇଞ୍ଜିନ ଦ୍ୱାରା ପ୍ରଥମେ ଏହା ଚାଲୁଥିଲା। ବର୍ତ୍ତମାନ ଏହି ପ୍ୟାସେଞ୍ଜର ଟ୍ରେନ୍‌ ଡିଜେଲ ଇଞ୍ଜନରେ ଚାଲୁଛି।

ବିଦର୍ଭର ରାଣୀଙ୍କ ନାଁରେ ଏହି ରେଲୱେର ନାଁ ସକୁନ୍ତଳା ରଖାଯାଇଛି। ଏହି ରେଳ ଲାଇନ୍‌ ମୁମ୍ବାଇ-ନାଗପୁର-କୋଲକାତା (ମୁର୍ତଜାପୁର ଜଙ୍କସନ୍‌, କୋଲକାତା) ଦେଇ ଯାଇଛି। ବ୍ରିଟିସ୍‌ କମ୍ପାନୀ ଏହି ଟ୍ରାକ୍‌ରେ ଗୋଟିଏ ଟ୍ରେନ୍‌ ଚଲାଇବାକୁ ଭାରତୀୟ ରେଲୱେକୁ ପ୍ରତିବର୍ଷ ଏକ କୋଟିରୁ ଅଧିକ ଟଙ୍କା ଟିକସ୍‌ ଦେଉଛି। ୧୯୦ କି.ମି,ର ଏହି ଟ୍ରେନ୍‌ ଯାତ୍ରା ପାଇଁ ଜଣଙ୍କୁ ୨୫ ଟଙ୍କା ଟିକେଟ୍‌ ଦେବାକୁ ପଡୁଛି।

Previous ArticleNext Article

Send this to a friend