ହାଉଜର ତୋପର ପରୀକ୍ଷଣ କଲା ଭାରତ, ଚୀନ ଛାନିଆ

howitzer

ଚୀନକୁ କଡା ଯବାବ ଦେବାକୁ ଜିଦ୍ ଧରିଛି ଭାରତ। ଆଗୁଆ ଆକ୍ରମଣ କଲେ କୌଣସି ସ୍ଥିତିରେ ପଛଘୁଞ୍ଚା ନଦେଇ ଚୀନକୁ ଦୃଢ ହସ୍ତରେ ଦମନ କରିବାକୁ ଭାରତ ସଜାଗ। ଏଥିପାଇଁ ଆରମ୍ବ କରିଦେଇଛି ସମରାଭ୍ୟାସ। ରାଜସ୍ଥାନର ପୋଖରାନ ଠାରେ ଆଲ୍ଟ୍ରା ଲାଇଟ ହାଉଜର ତୋପର ପରୀକ୍ଷଣ କରାଯାଉଛି।

ଏମ୍‌-୭୭୭ ଏ-୨ ଆଲ୍ଟ୍ରା ଲାଇଟ୍ ହାଉଜର ଗୁଳି ଫୁଟାଇବାର କ୍ଷମତା ଓ ଏହାର ସ୍ପିଡ୍‌ ବିଷୟରେ ସମସ୍ତ ତଥ୍ୟ ଯ଼ାଞ୍ଚ କରିବା ପାଇଁ ଏହି ପରୀକ୍ଷଣ କରାଯାଉଛି ବୋଲି ଜଣେ ସେନା ଅଧିକାରୀ କହିଛନ୍ତି। ପରୀକ୍ଷଣ ପରେ ଚୀନ ସୀମାରେ ଏହାକୁ ମୁତୟନ କରାଯିବ। ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଏହି ପରୀକ୍ଷଣ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ଭାରତ ନିର୍ମିତ ଗୁଳି ବ୍ୟବହାର କରାଯିବ।

ହାଉଜର ହାଲକା ହୋଇଥିବାରୁ ଏହାକୁ ସମୁଦ୍ର ପଥରେ କିମ୍ବା ଆକାଶ ମାର୍ଗରେ ସହଜରେ ନେବା ଆଣିବା କରିହେବ। ଏହି ତୋପର ୩ରୁ ୪ କିମି ପର୍ଯ୍ୟନ୍ତ ସିଧାସଳଖ ଭାବରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ପରୋକ୍ଷ ଭାବେ ୩୦ରୁ ୪୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିହେବ। ଭାରତ ସରକାର ଆମେରିକା ଠାରୁ ୧୫୪ ହାଉଜର ତୋପ କିଣିବା ପାଇଁ ୫୦୦୦ କୋଟି ଟଙ୍କାର ଚୁକ୍ତି କରିଥିଲେ। ଚୁକ୍ତି ଅନୁସାରେ ଏହି ତୋପ ମେ’ ମାସ ଠାରୁ ମିଳିବା ଆରମ୍ଭ ହୋଇଯାଇଛି।

Previous ArticleNext Article