ସେନାକୁ ମିଳିବ ଶକ୍ତିଶାଳୀ କ୍ଷେପଣାସ୍ତ୍ର: ଟାର୍ଗେଟ ଶତ୍ରୁପକ୍ଷର ଯୁଦ୍ଧ ବିମାନ, ଡ୍ରୋନ୍

missile-launcher

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର):ବହୁ ବର୍ଷ ପରେ ଭାରତୀୟ ସେନାକୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମିଳିବାକୁ ଯାଉଛି। ମଧ୍ୟମ ଧରଣର ଏହି କ୍ଷେପଣାସ୍ତ୍ର ଯୋଗେ ସ୍ଥଳ ଭାଗରୁ ଆକାଶ ମାର୍ଗକୁ ଟାର୍ଗେଟ କରିହେବ। ବିଶେଷ କରି ସ୍ଥଳଭାଗରୁ ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ଅନ୍ୟ କ୍ଷେପଣାସ୍ତ୍ରଗୁ ଗୁଡ଼ିକୁ ବିଧ୍ୱଂଶ କରାଯାଇ ପାରିବ। ସେହିପରି  ଆକାଶରୁ ହେଲିକପ୍ଟର ଏବଂ ଯୁଦ୍ଧ ବିମାନ ଗୁଡ଼ିକୁ  ତଳେ ଖସାଇ ଦେବାର ଏହି କ୍ଷେପଣାସ୍ତ୍ରର କ୍ଷମତା ରହିଛି। ୨୦୨୦ ସୁଦ୍ଧା ସେନାକୁ ଏଭଳି ଏକ ବାହୁବଳୀ କ୍ଷେପଣାସ୍ଥ୍ର ମିଳିବାକୁ ଯାଇଛି।  

ପ୍ରାୟ ୭୦ କିମି ଲକ୍ଷଭେଦ କରିବାର ଏହି କ୍ଷେପଣାସ୍ତ୍ରର ଶକ୍ତି ରହିଛି।  ଇସ୍ରାଏଲର ଏରୋ ସ୍ପେଶ ଇଣ୍ଡଷ୍ଟ୍ରିଜ୍‌ ଏବଂ ଭାରତର ଡିଆରଡିଓ (ପ୍ରତିରକ୍ଷା ଗବେଷଣାଗାର) ପକ୍ଷରୁ ମିଳିତ ଉଦ୍ୟମରେ ଏହି ମିଶାଇଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି।  ଶତ୍ରୁପପକ୍ଷର ଡ୍ରୋନ୍‌, ହେଲିକପ୍ଟର, ସର୍ଭିଲେନ୍ସ ଏୟାର କ୍ରାପ୍ଟ( ନିଗା ରଖୁଥିବା ବିମାନ)କୁ  ଯେମିତି ପ୍ରତିହତ କରାଯାଇପାରିବ ସେମିତି ଧରଣର କ୍ଷେପଣାସ୍ତ୍ର ତିଆରି କରାଯିବ। ଏଥିପାଇଁ ଡିଆରଡିଓ ପକ୍ଷରୁ ଇସ୍ରାଏଲର ଏରୋ ସ୍ପେଶ ଇଣ୍ଡଷ୍ଟ୍ରିଜ୍‌ ସହ ଏକ ଚୁକ୍ତିନାମା ହୋଇଛି।

ଏହି ମିଶାଇଲ ତିଆରି ପାଇଁ ୧୭,୦୦୦ କୋଟି ଟଙ୍କା ବ୍ୟୟ ହେବ। କେବଳ ସ୍ଥଳ ସେନା ନୁହଁ ଏହି ମିଶାଇଲକୁ ନୌସେନାରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏଥିପାଇଁ ୪୦ଟି ଫାୟାରିଂ ୟୁନିଟର ପରିକଳ୍ପନା କରାଯାଇଥିବା ବେଳେ ପ୍ରାୟ ୨୦୦ଟି ମିସାଇଲ ନିର୍ମାଣ ପାଇଁ ଚୁକ୍ତି ହୋଇଛି। ପୂର୍ବରୁ ଗତ ମେ ମାସରେ ଭାରତ ବ୍ରହ୍ମୋସର ଆଡ଼ଭାନ୍ସ ଭର୍ସନ  କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଏହି ମିଶାଇଲର ପରୀକ୍ଷା କରାଯାଇଥିଲା।  

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

Previous ArticleNext Article

Send this to a friend