ସାପର ଦାମ୍ ୨ କୋଟି

snake

ଭାରତ-ନେପାଳ ସୀମାରୁ ରେଡ୍‌ ସେଡ୍‌ ବୋଆ ପ୍ରଜାତିର ଦୁଇ ବିରଳ ସାପ ଉଦ୍ଧାର ହୋଇଛି। ଯାହାର ମୂଲ୍ୟ ଦୁଇ କୋଟିରୁ ଅଧିକ ଟଙ୍କା ହେବ। ଏସ୍‌ଏସ୍‌ବି ଯବାନ ଓ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏହି ବିରଳ ପ୍ରଜାତିର ସାପ ଓ ଦୁଇଟି ହରିଣ ଶିଙ୍ଗ ଜବତ କରିଛି। ଏହି ଘଟଣାରେ ଅଲିଜମ୍‌ ଆନ୍‌ସାରି ଓ ଫିଦା ହୁସେନ୍‌ଙ୍କୁ ଗିରଫ କରିଛି। ପଚରାଉଚରା ପରେ ସେମାନେ ଚୀନ୍‌କୁ ଚାଲାଣ କରିବା ପାଇଁ ଯାଉଥିଲେ। ସାପ ଗୁଡ଼ିକ ବିଦେଶର ହୋଟେଲରେ ଆକ୍ୱାରାମରେ ସଜାଇ ରଖାଯାଏ। ଏଥିପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ଅର୍ଥ ମିଳୁଥିଲା ବୋଲି ସ୍ୱୀକାର କରିଥିଲେ।

ଚଢ଼ାଉର ନେତୃତ୍ୱ ନେଉଥିବା କମାଣ୍ଡାଣ୍ଟ କୁମାର ସୁନ୍ଦରମ କହିଛନ୍ତି,“ଜବତ ହୋଇଥିବା ଦୁଇଟି ସାପ ହେଉଛି ବିରଳ(ରେଡ୍‌ ସେଡ୍‌ ବୋଆ) ପ୍ରଜାତିର। ଆନ୍ତର୍ଜାତିକ ବଜାରରେ ଏହା ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ। ସେହିପରି ଦୁଇ ହରିଣ ଶିଙ୍ଗର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଜବତ ସାପ ଓ ଶିଙ୍ଗ ଗୁଡ଼ିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।”

Previous ArticleNext Article

Send this to a friend