ଫିଲିପାଇନ୍‌ସରେ ମୋଦି: ଟ୍ରମ୍ପଙ୍କ ସହ ହୋଇପାରେ ଭେଟ

modi-1

ନୂଆଦିଲ୍ଲୀ: ଏସିଆନ୍ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲିପିନ୍ସ ପହଞ୍ଚିଛନ୍ତି । ମାନିଲା ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ତିନିଦିନିଆ ଗସ୍ତରେ ମୋଦି ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ସହ ସମ୍ପର୍କ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବ୍ୟବସାୟ ଓ ଯୋଗାଯୋଗ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ।  ଏଥିସହ ମୋଦି ଫିଲିପିନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟଏର୍ଟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।  ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ସାଂସ୍କୃତିକ ଆଦାନ ପ୍ରଦାନକୁ ନେଇ ଉଭୟ ନେତା କଥାବାର୍ତ୍ତା ହେବେ।  ଆହୁରି ସୁଏହାସହ ମୋଦି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ର  ରହିଛି । ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ମଧ୍ୟ ଭେଟିପାରନ୍ତି।  ମୋଦି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ପ୍ରଥମ ଫିଲିପିନ୍ସ ଗସ୍ତ।

Previous ArticleNext Article

Send this to a friend