ସେନା ବଜେଟ୍‌ରେ ପଞ୍ଚମ ସ୍ଥାନରେ ଭାରତ, ଟପ୍‌-୧୫ରେ ନାହିଁ ପାକିସ୍ତାନ

military647_042417031028

ନୂଆଦିଲ୍ଲୀ: ଭାରତୀୟ ସେନା ମହାଶକ୍ତିଶାଳୀ। ଏହାର ଶକ୍ତି ସାରା ବିଶ୍ୱ ଜାଣିଛି। ଭାରତୀୟ ସେନା ଏତେ ବିଶାଳ ଯେ ଯେକୌଣସି ରାଷ୍ଟ୍ର ପାଇଁ ଏହା ସତର୍କର ଘଣ୍ଟି। ବିଶ୍ୱର ଅନେକ ରାଷ୍ଟ୍ର ଅଛି ଯାହାର ଲୋକସଂଖ୍ୟା ଭାରତୀୟ ସେନା ଠାରୁ ମଧ୍ୟ କମ। ଭାରତ ସରକାର ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।

ତେବେ ଆପଣ ଜାଣନ୍ତି, ଭାରତ ବିଶ୍ୱର ପଞ୍ଚମ ଦେଶ ଯିଏ ସେନା ପାଇଁ ସର୍ବାଧିକ ଅର୍ଥ ଖର୍ଚ୍ଚ କରିଥାଏ। ୨୦୧୬ରେ ସେନା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥରାଶିରେ ୮.୫ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହାପରେ ଭାରତ ସେନାପାଇଁ ବିଶ୍ୱର ସର୍ବାଧିକ ଅର୍ଥ ଖର୍ଚ୍ଚ କରୁଥିବା ଦେଶ ମଧ୍ୟରେ ୫ମ ସ୍ଥାନରେ ରହିଥିବା ଜଣାପଡିଛି।

ଅନ୍ୟପଟେ ସେନାପାଇଁ ପାକିସ୍ତାନ ଏହି ତାଲିକାରେ ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ମଧ୍ୟ ନାହିଁ। ଆମେରିକା ତାର ସେନା ପାଇଁ ସର୍ବାଧିକ ୬୧୧ ବିଲିୟନ ଡଲାର ଖର୍ଚ୍ଚ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚୀନ ୨୧୫ ବିଲିୟନ ଡଲାର ଓ ତୃତୀୟ ସ୍ଥାନରେ ଋଷିଆ ୬୯.୨ ବିଲିୟନ ଡଲାର ସେନା ପାଇଁ  ଖର୍ଚ୍ଚ କରୁଛି। ସେହିପରି ଚତୁର୍ଥ ସ୍ଥାନରେ ସାଉଦି ଆରବ ସେନାପାଇଁ ସର୍ବାଧିକ ଅର୍ଥ ଖର୍ଚ୍ଚ କରୁଛି।

Previous ArticleNext Article

Send this to a friend