ସେନା ମୁଖ୍ୟଙ୍କ ଚାଞ୍ଚଲ୍ୟକର ବୟାନ : କୌଣସି ମୁହୂର୍ତ୍ତରେ ହୋଇପାରେ ‘ଟୁ-ଫ୍ରଣ୍ଟ ୱାର’

Indian-Army-Chief

ନୂଆଦିଲ୍ଲୀ: ଭାରତୀୟ ସେନା ମୁଖ୍ୟ ବିପିନ ରାୱତଙ୍କ ଚାଞ୍ଚଲ୍ୟକର ବୟାନ । କୌଣସି ମୂହୂର୍ତ୍ତରେ ପାକିସ୍ତାନ ଏବଂ ଚୀନ ସହ ଯୁଦ୍ଧ  ହେବା ନେଇ ଯେଉଁ ଆଶଙ୍କା ଉପୁଜିଛି ତାହାକୁ ଅସ୍ୱୀକାର କରାଯାଇପାରେନା। ଏହି ଅବସରରେ ସେ  ‘ଟୁ-ଫ୍ରଣ୍ଟ ୱାର’ ଥିଉରୀ ପ୍ରସଙ୍ଗ ଉଠାଇଛନ୍ତି। ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲେ ମଧ୍ୟ ନିକଟରେ ଡୋକଲାମ ପ୍ରସଙ୍ଗକୁ ନେଇ କିଛିଟା ସୁଧାର ଆସିଛି। ତଥାପି  ଯୁଦ୍ଧ ଆଶଙ୍କାକୁ ଟାଳି ଦିଆଯାଇ ନ ପାରେ ବୋଲି ଭାରତୀୟ ସେନା ମୁଖ୍ୟ କହିଛନ୍ତି।

ପୂର୍ବରୁ ବିପିନ୍ ରାୱତ୍‌ ‘ଟୁ ଆଣ୍ଡ ଏ ହାଫ ଫ୍ରଣ୍ଟ ୱାର’ ର ଚେତାବନୀ ଦେଇଥିଲେ। ଏହାର ଅର୍ଥ ଭାରତର ପାରମ୍ପରିକ ଶତ୍ରୁ ଦେଶ ପାକିସ୍ତାନ, ଚୀନ୍‌ ସହ ଆଭ୍ୟନ୍ତରୀଣ ଦୁଷ୍ଟ ଶକ୍ତି ସହ ଯୁଦ୍ଧ କରିବାକୁ ଭାରତ ସମର୍ଥ ବୋଲି କହିଥିଲେ। ହେଲେ ଏବେ ସେ ‘ଟୁ-ଫ୍ରଣ୍ଟ ୱାର’କୁ  ଅଧିକ ଗୁରୁତ୍ୱ ଦେଇଛନ୍ତି।   ଅର୍ଥାତ  ସେ ପାକିସ୍ତାନ ଏବଂ ଚୀନ ପ୍ରସଙ୍ଗ ଉଠାଇଛନ୍ତି। ସିକିମରେ ଡୋକଲାମ ବିବାଦକୁ  ନେଇ ଲଗାତାର ୭୩ ଦିନ ଧରି ଉଭୟ ଦେଶ ମଧ୍ୟରେ ଛକାପଞ୍ଝା ଲାଗି ରହିବା ପରେ ବିବାଦ ଥମିଥିଲା।  ଆଉ ଉଭୟ ପକ୍ଷରୁ ସେନା ପଛକୁ ହଟିଥିଲେ।  ଏହାରି ମଧ୍ୟରେ ଚୀନ ବାରମ୍ବାର ଯୁଦ୍ଧ ଧମକ ଦେଇଥିଲେ ମଧ୍ୟ ଘଟଣା ପ୍ରଶମିତ ହୋଇ ଆସିଥିଲା। ହେଲେ ସେନା ମୁଖ୍ୟ ଦେଇଥିବା ମନ୍ତବ୍ୟ ଯୁଦ୍ଧ ପ୍ରସଙ୍ଗକୁ ଆହୁରି ଉଷ୍ମ କରିଦେଇଛି।  ସେ କହିଛନ୍ତି ଯେ, ଯୁଦ୍ଧର ବିଗୁଲ ବାଜିବା ଅପେକ୍ଷାରେ ରହିଛି। ପାକିସ୍ତାନ ସହ ମତଭେଦ ଦୂର ହେବା କେବେ ସମ୍ଭବ ନୁହଁ। ଭାରତ ପାକିସ୍ତାନର ମୁଖ୍ୟ ଶତ୍ରୁ।  ଆଉ ପାକିସ୍ତାନ ଭାରତ ବିପକ୍ଷରେ ଛାୟା ଯୁଦ୍ଧ ଜାରି ରଖିବ। ସେପଟେ ଚୀନ ସହ ସଦ୍ୟ ଉପୁଜିଥିବା ତିକ୍ତତାକୁ ନେଇ ପାକିସ୍ତାନ ଫାଇଦା ଉଠାବା ଲକ୍ଷ୍ୟରେ ରହିଛି। ତେବେ ସୀମାର ଭୟୟ ପଟୁ କୌଣସି ସମୟରେ  ଯୁଦ୍ଧ ହେବାର ଆଶଙ୍କା ରହିଛି ବୋଲି ସେ ଚେତାଇ ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ,  ପୂର୍ବରୁ ଏକ ସାକ୍ଷାତକାରରରେ ‘ଟୁ ଆଣ୍ଡ ଏ ହାଫ ଫ୍ରଣ୍ଟ ୱାର’ ଯୁଦ୍ଧ ପାଇଁ ଭାରତୀୟ ସେନା ପୁରା ପ୍ରସ୍ତୁତ ବୋଲି କହିଥିଲେ ବିପିନ। ମୁଖ୍ୟତଃ ସୀମାରେ ଦେଖା ଯାଉଥିବା ଉତ୍ତେଜନା ଓ ଦେଶର ଭିତରେ ଦେଖା ଯାଉଥିବା ପରିସ୍ଥିତିକୁ ଲକ୍ଷ୍ୟ କରି ସେ ଏପରି କହିଥିଲେ। ଭାରତୀୟ ସେନାର ଆଧୁନୀକରଣକୁ ନେଇ ଏକ ସାକ୍ଷାତକାରରେ ସେ ଏପରି କହିଥିଲେ। ଏବେ ଭାରତୀୟ ସେନା ପାଖରେ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଛି। ତେଣୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ସେନା ସକ୍ଷମ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଉଭୟ ପାକିସ୍ତାନ ଓ ଚୀନ୍ ସୀମାରେ ଦେଖା ଯାଉଥିବା ଉତ୍ତେଜନା ଓ ଦେଶ ଭିତରେ ଥିବା ଉଗ୍ରପନ୍ଥୀଙ୍କୁ( ‘ଟୁ ଆଣ୍ଡ ଏ ହାଫ ଫ୍ରଣ୍ଟ’) ପ୍ରତିହତ କରିବାକୁ ନିଜକୁ ପ୍ରସ୍ତୁତ ଭାରତୀୟ ସେନା ପ୍ରସ୍ତୁତ କରିଥିବା ସେ କହିଥିଲେ। ସେନାକୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା ପ୍ରଦାନ କରୁଥିବାରୁ ମୋଦି ସରକାରକୁ ସେ ଧନ୍ୟବାଦ ଜଣାଇଥିଲେ।

Previous ArticleNext Article

Send this to a friend