ବିପଦ ବେଳେ ଠିଆ ହେବ ଭାରତୀୟ ବାୟୁସେନା : ଜରୁରୀ ପରିସ୍ଥିତିରେ ରାଜପଥରେ ଓହ୍ଲାଇବ ବିମାନ

air

ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିରେ ରାଜପଥରେ ଓହ୍ଲାଇବ ବିମାନ।  ଏଥିପାଇଁ ଦେଶର ୧୨ ଜାତୀୟ ରାଜପଥକୁ ଚିହ୍ନଟ କରିଛି ଭାରତୀୟ ବାୟୁସେନା।  ଚିହ୍ନଟ ହୋଇଥିବା ୧୨ ଜାତୀୟ ରାଜପଥ ମଧ୍ୟରେ ୨ଟି  ଓଡ଼ିଶା ଦେଇ ଯାଇଛି । ଜାମଶେଦପୁର-ବାଲେଶ୍ୱର ଏବଂ ଛତ୍ରପୁର- ଦିଘା ଜାତୀୟ ରାଜପଥ ଓଡ଼ିଶା ଦେଇ ଯାଇଛି । ଆଗକୁ ଦେଶର ୨୧ ରାଜପଥରେ ହେଲିକପ୍ଟର ଏବଂ ବଡ଼ଧରଣର ବିମାନର ଜରୁରୀକାଳୀନ ଅବତରଣ ପାଇଁ ବାୟୁସେନାର ପ୍ରସ୍ତାବ ରହିଛି ।  ସମସ୍ତ ୧୨ଟି ରାଜପଥରେ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଏୟାରଷ୍ଟ୍ରିପ ପ୍ରସ୍ତୁତ କରାଯିବ । ବିମାନ ଓହ୍ଲାଇବାକୁ ରାଜପଥର ମାନ ବୃଦ୍ଧି କରାଯିବ। ଜାତୀୟ ରାଜପଥଗୁଡିକ ଅନ୍ୟ ସମୟରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ତେବେ ଜରୁରୀକାଳୀନ ପରିସ୍ଥିତିରେ ଜାତୀୟ ରାଜପଥରେ ସାଧାରଣ ଜନତାଙ୍କ ଚଳପ୍ରଚଳକୁ ବନ୍ଦ ରଖାଯିବ  ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପଯର୍ୟୟ ସମୟରେ ସୁରକ୍ଷାକର୍ମୀଙ୍କୁ ପହଞ୍ଚାଇବା ଏବଂ ଉଦ୍ଧାରକାର୍ଯ୍ୟ କରାଯିବା ଲାଗି ଏହି ସବୁ ରାଜପଥରକୁ ଏୟାର ଷ୍ଟ୍ରିପ ଭାବରେ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି।

Previous ArticleNext Article

Send this to a friend