ଭାରତୀୟ ସୈନିକଙ୍କ ପାଇଁ ଆସିଲା ବାଲିଷ୍ଟିକ ହେଲମେଟ୍, ଗୁଳି ମାରିଲେ ବି ପଶିବନି

ballistick helment

ନୂଆଦିଲ୍ଲୀ: ସବୁ ଦିଗରୁ ମଜବୁତ ହେଉଛି ଭାରତୀୟ ସେନା । ଚୀନ ଓ ପାକିସ୍ତାନ ସହ ସବୁବେଳେ ତିକ୍ତତା ଲାଗି ରହୁଥିବାରୁ ଯୁଦ୍ଧର ସମ୍ଭାବନା ଦେଖା ଦେଉଛି । ତେଣୁ ହଠାତ୍ ଯୁଦ୍ଧ ପରିସ୍ଥିତିକୁ ସାମ୍ନା କରିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେନାକୁ ମଜବୁତ କରିବା ଓ ସୁରକ୍ଷା ଦେବା ପାଇଁ ବିଭିନ୍ନ ଦେଶରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣାଯାଉଛି ।

ଏବେ ଏହି ସୁରକ୍ଷା ଦିଗରେ ଆଉ ପାଦେ ଆଗେଇଛନ୍ତି ଭାରତ ସରକାର । ସେନା ପାଇଁ କିଣା ହୋଇଛି ଟାଣୁଆ ବାଲିଷ୍ଟିକ ହେଲମେଟ୍‌ । ଶତ୍ରୁ ପକ୍ଷର ଗୁଳି ବି ଭେଦ କରିପାରିବନି ଏହି ହେଲମେଟକୁ । ଯଦି ୨୦ ମିଟର ଦୂରରୁ ନାଇନ୍ ଏମ୍ଏମର ଗୁଳି ମରାଯାଏ ତଥାପି ଗୁଳି ଏହି ହେଲମେଟ୍ ଭେଦ କରିପାରିବ ନାହିଁ । ଏହି ହେଲମେଟ୍ ଦୁଇ ପ୍ରକାରର ରହିଛି , ଗୋଟିଏ ହେଉଛି କମାଣ୍ଡର ହେଲମେଟ୍ ଓ ଅନ୍ୟଟି ନର୍ମାଲ ହେଲମେଟ୍ ।  କମାଣ୍ଡର ହେଲମେଟରେ ତିନି ପ୍ରକାରର ରେଡିଓ ଷ୍ଟାଟସ ରହିଛି।

helmetସେନାର ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୩ଲକ୍ଷ ୨୮ ହଜାର ହେଲମେଟ ଆବଶ୍ୟକତା ଥିବାବେଳେ ୧,୫୮,୨୭୯ଟି ହେଲମେଟ୍ କିଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୭ହଜାର ୫୦୦ ହେଲମେଟ କିଣାଯାଇଛି । ଏହି ବର୍ଷ ଆହୁରି ୩୦ ହଜାର ହେଲମେଟ୍  କିଣିବାକୁ ସେନା ଲକ୍ଷ୍ୟ ରଖିଛି । ଆଗାମୀ ଦୁଇବର୍ଷ ମଧ୍ୟରେ ପ୍ରସ୍ତାବିତ ସମସ୍ତ ହେଲମେଟ୍ କିଣିବାକୁ ଭାରତୀୟ ସେନା ଲକ୍ଷ୍ୟ ରିଖିଛି । ଚୀନ ଓ କାଶ୍ମୀର ସୀମାରେ ରହି ଆତଙ୍କବଦୀଙ୍କ ସହ ମୁକାବିଲା କରୁଥିବା ଯବାନଙ୍କୁ ପ୍ରାଥମିକ ସ୍ତରରେ ଏହି ହେଲମେଟ ଯୋଗାଇ ଦିଆଯିବ।   ଏଥିସହିତ ନେଭି ଓ ୟୁନାଇଟେଡ୍ ଏସିଆନ୍ ନେସନ୍ ଅଭିଯାନରେ ଥିବା ସୈନିକଙ୍କୁ ୧୫ ହଜାର ହେଲମେଟ୍ ଯୋଗାଇ ଦେବାର ବ୍ୟବସ୍ଥା ରିହିଛି ।

Previous ArticleNext Article