ଏବେ ଯୁଦ୍ଧ ହେଲେ ଭାରତ ପାଖରେ ଲୋକବଳ ନାହିଁ : ଜାଣନ୍ତୁ ସେନା ପାଖରେ କେତେ ଯବାନ କମ୍‌ ଅଛନ୍ତି

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ପାଖରେ ଲୋକବଳ ନାହିଁ ।  ଭାରତୀୟ ସେନାରେ ଏବେ ଏଭଳି ପରିସ୍ଥିତି ଉପୁଜିଛି।   ସେନାର ତିନି ମୁଖ୍ୟ ବିଭାଗ ସ୍ଥଳସେନା , ନୌସେନା ଓ ବାୟୁସେନାରେ ପାଖାପାଖି ୫୨ ହଜାର ଯବାନ କମ ଥିବା ଜଣାପଡିଛି।   ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରମଣ ଏନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।  ସେ କହିଛନ୍ତି ସେନାର ତିନି ମୁଖ୍ୟ ବିଭାଗରେ ପାଖାପାଖି ୫୨, ୭୪୧ ଯବାନ କମ ଅଛନ୍ତି।   ଯାହାକୁ ପୂରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଜଣାଇଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।

ବର୍ତ୍ତମାନ ସ୍ଥଳ ସେନାରେ ସର୍ବମୋଟ୍ ୧୨ ଲକ୍ଷ ୧୬ ହଜାର ୨୪୭ ଯବାନ ଓ କର୍ମଚାରୀ ରହିବା କଥା । ଯାହାକି ଏବେ ରହିଛି ୧୧ ଲକ୍ଷ ୯୪ ହଜାର ୮୬୪ ଜଣ ।  ସେପଟେ ବାୟୁସେନାରେ ୧ ଲକ୍ଷ ୪୨ ହଜାରରୁ ୧ ଲକ୍ଷ ୨୭ ହାଜର ୫୧୯ ଯବାନ ଓ ନୌସେନାରେ ୭୧ ହଜାର ୨୧୪ରୁ ରହିଛନ୍ତି । ୫୬ ହଜାର ୨୧୪ ଜଣ  ସେନା ବିଭାଗରେ ଏଭଳି ସମସ୍ୟା ଦୂର ପାଇଁ ଆଗାମୀ ଦିନରେ ସେନାର ଯୋଗ ଦେବା ପାଇଁ ଚୟନ ପ୍ରକ୍ରିୟାକୁ ସରଳ କରିବା ସହ ସୋସିଆଲ ମିଡିଆର ପ୍ରୟୋଗ କରାଯିବ ବୋଲି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଚଳିତ ବର୍ଷ ଗ୍ଲୋବାଲ ଫାୟାର ପାଓ୍ୱାର ପକ୍ଷରୁ ଜାରି କରାଯାଇଥିବା ବିଶ୍ୱର ଶକ୍ତିଶାଳୀ ସେନା ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା।

Previous ArticleNext Article

Send this to a friend