ବାଇକ୍‌ ଏମିତି: ଗଡ଼ିଲେ ଉଡ଼ିବନି ଧୂଆଁ, କିନ୍ତୁ ସ୍ପିଡ୍‌ ଉଡ଼ିଲା ଭଳିଆ

ଭାରତୀୟ ଯୁବକଙ୍କ ନୁଆ ଆବିଷ୍କାର

ଲକ୍ଷ୍ନୌ: କାନପୁର ବୀରେନ୍ଦ୍ର ଶୁକ୍ଳା ନାମକ ଜଣେ ବ୍ୟକ୍ତି ନିଜ ଇଚ୍ଛା ଓ ଦୃଢ଼ ଉଦ୍ୟମ ବଳରେ ଏକ ସୁନ୍ଦର ଆବିଷ୍କାର କରିଦେଖାଇଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ବ୍ୟାଟେରୀ ଚାଳିତ ବାଇକ୍‌। ଯାହା ଥରେ ଚାର୍ଜ ହେଲେ ୬୦-୮୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରେ । ଏପରିକି ଏହି ହାଇସ୍ପିଡ୍‌ ବାଇକ୍‌ ପ୍ରଦୂଷଣ ରହିତ ଅଟେ। ଯାହା  ସାଧାରଣ ବାଇକଗୁଡ଼ିକଠାରୁ ସ୍ୱତନ୍ତ୍ର। କାନପୁର ଆଇଆଇଟି ମଧ୍ୟ ଏହି ବାଇକ୍‌ଟିକୁ ଏକ ଜନହିତକାରୀ ଆବିଷ୍କାର ବୋଲି କହିଛି।

ନିକଟରେ ଲକ୍ଷ୍ନୌରେ ବାବା ସାହେବ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଏକ ପ୍ରଦର୍ଶନୀରେ ବୀରେନ୍ଦ୍ର ଏହି ବ୍ୟାଟେରୀ ଚାଳିତ ବାଇକ୍‌ର ପ୍ରଦର୍ଶନ କରିସାରିଛନ୍ତି। ଏଥିପାଇଁ ସେଠାରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

ବିଶେଷତ୍ୱ: ବୀରେନ୍ଦ୍ରଙ୍କ କହିବା ଅନୁଯାୟୀ ତାଙ୍କ ଦ୍ୱାରା ନିର୍ମତ ଏହି ବାଇକ୍‌ଟି ହାଇସ୍ପିଡ ଶ୍ରେଣିଭୁକ୍ତ ଅଟେ। ଏହା ରାସ୍ତାରେ ଚାଲିବା ଦ୍ୱାରା କୌଣସି ପ୍ରକାରର ପ୍ରଦୂଷଣର ଆଶଙ୍କା ନାହିଁ। ଏହାକୁ ସବୁବେଳେ ସର୍ଭିସିଂ କରିବାକୁ ମଧ୍ୟ ପଡ଼ିବ ନାହିଁ। ବର୍ତ୍ତମାନ ପାଇଁ ଏହି ବାଇକର ସ୍ପିଡ୍ ଘଣ୍ଟାପ୍ରତି ୧୦୦ କିମି ରହିଛି। ଆବଶ୍ୟକ ପଡ଼ିଲେ ଏହି ବାଇକ୍ ହାଲ୍କା ସ୍ପିଡ୍‌ରେ ବ୍ୟାକ୍‌ ଗିୟରରେ ମଧ୍ୟ ଚାଲିପାରିବ। ବାଇକ୍‌ଟି ଚାର୍ଜ ହେବାକୁ ୪ରୁ ୫ ଘଣ୍ଟା ସମୟ ଲାଗିଥାଏ। ଏଥିପାଇଁ ମାତ୍ର ୪ ୟୁନିଟ୍ ବିଜୁଳି ଖର୍ଚ୍ଚ ହୋଇଥାଏ।

ଯଦି ସରକାର ଏହାକୁ ଅନୁମତି  ଦିଅନ୍ତି ତାହେଲେ ଏହା ଦେଶର ପ୍ରଥମ ବ୍ୟଟେରୀ ବାଇକ୍ ହେବ, ଯାହା ସାଧାରଣ ବାଇକ୍‌ ପରି ଗିୟରରେ ଚାଲିବ। ବୀରେନ୍ଦ୍ର ଲକ୍ଷ୍ନୌର ବିଜ୍ଞାନ ଭବନକୁ ଏହି ବାଇକ ଆବିଷ୍କାର ସୂଚନା ଦେଇଥିଲେ ସେମାନଙ୍କ ତରଫରୁ କୌଣସି ପ୍ରେରଣା କି ପ୍ରତ୍ସାହନ ପାଇ ନ ଥିବା କହିଛନ୍ତି।

Previous ArticleNext Article

Send this to a friend