ବାପା ହେଲେ ମିଳିବ ୬ ମାସର ଛୁଟି !

father

ନୂଆଦିଲ୍ଲୀ: ଚାକିରି କରୁଥିବା ମହିଳାମାନଙ୍କୁ ପ୍ରସୂତୀ ସମୟରେ ୨୬ ସପ୍ତାହ ମେଟରନିଟି ଲିଭ୍‌ ମିଳିବ ବୋଲି ସରକାର ନୂଆ ନିୟମ ଆଣିଛନ୍ତି। ପୂର୍ବରୁ କର୍ମୀଜୀବୀ ମହିଳା ମାନଙ୍କ ୧୨ ସପ୍ତାହର ଛୁଟି ମିଳୁଥିଲା। ଗତ ସପ୍ତାହରେ କେନ୍ଦ୍ର ସରକାର ଏହି ନିୟମରେ ସଂଶୋଧନ କରି ମେଟରନିଟି ଲିଭ୍‌କୁ ୨୬ ସପ୍ତାହକୁ ବଢାଇ ଦେଇଛନ୍ତି। ହେଲେ ଭାରତରେ ଏପରି ଏକ କମ୍ପାନୀ ଅଛି ଯିଏ ପୁରୁଷ ମାନଙ୍କୁ ୨୬ ସପ୍ତାହର ପେରେଂଟାଲ୍‌ ଲିଭ୍‌ ଦେବାକୁ ଘୋଷଣା କରିଛି। ଉକ୍ତ କମ୍ପାନୀ ହେଉଛି ଆଇକିଆ ଇଣ୍ଡିଆ। କମ୍ପାନୀର ନୂଆ ପଲିସି ଅନୁସାରେ ପୁରୁଷ କର୍ମଚାରୀମାନେ ମଧ୍ୟ ୨୬ ସପ୍ତାହ ଛୁଟି ନେଇ ପାରିବେ।

ସ୍ୱିଡେନର ଏହି କମ୍ପାନୀ ନୂଆ ନିୟମକୁ ମାର୍ଚ୍ଚ ମାସରୁ ଲାଗୁ କରିଛି। ଏହାସହ ମହିଳା କର୍ମଚାରୀ ୨୬ ସପ୍ତାହ ଛୁଟି ପରେ ଚାହିଁଲେ ୧୨ ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟ ସମୟକୁ ଅଧା କରି ପାରବେ।

କମ୍ପାନୀର କେନ୍ଦ୍ରୀୟ ଏଚ୍‌ଆର ମ୍ୟାନେଜର ଅନ୍ନା କେର୍ନ ମେନସନ କହିଛନ୍ତି,“କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବାକୁ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ପଲିସି ସରୋଗେଟ, ସିଙ୍ଗିଲ ପ୍ୟାରେଣ୍ଟ ଓ ଆଡପସନ୍‌ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।”

ମେଟରନିଟି ଲିଭ୍‌ ଦେବା ଦେଶମାନଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି। କାନାଡ଼ା ପ୍ରଥମ ସ୍ଥାନରେ ରହିଛି। ଏଠାରେ ମେଟରନିଟି ଲିଭ୍‌ ବାବଦକୁ ୫୫ ସପ୍ତାହ ଛୁଟି ମିଳିଥାଏ।

Previous ArticleNext Article

Send this to a friend