ଜେଲରେ ଇନ୍ଦ୍ରାଣୀ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ: ସିନା ବୋରା ହତ୍ୟା ମାମଲାରେ ଜେଲରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ଗୁରୁତର ଅସୁସ୍ଥ ।  ତାଙ୍କୁ ସାଉଥ ମୁମ୍ବାଇରେ ଥିବା ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ରିଟିକାଲ କେୟାର ୟୁନିଟରେ ତାଙ୍କର ଚାଲିଛି ଚିକିତ୍ସା।  ସୂଚନା ଅନୁସାରେ ସେ ହଠାତ ଅଚେତ ହୋଇଗଲେ ବୋଲି ଜଣାପଡ଼ିଛି।   ଏହାର କାରଣ ନିମ୍ନରକ୍ତଚାପ ବୋଲି କୁହାଯାଉଛି ।  MRI, CT SCAN ପରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ସହିତ ଇନ୍ଦ୍ରାଣୀଙ୍କୁ ଆଇସିୟୁରେ ଭର୍ତ୍ତି କରି ଏକ ସ୍ୱତନ୍ତ୍ର ଟିମ୍ ଚିକିତ୍ସା କରୁଛି ।  ଏହା ଆଗରୁ ମଧ୍ୟ ୨୦୧୫ ଅକ୍ଟୋବରରେ ସେ ଅତ୍ୟଧିକ ଔଷଧ ଖାଇ ଦେବାରୁ ଅସୁସ୍ଥ ହୋଇଥିଲେ।   ୨୦୧୨ରେ ନିଜ ଝିଅ ସିନା ବୋରାକୁ ହତ୍ୟା କରିବା ଅଭିଯୋଗରେ ଇନ୍ଦ୍ରାଣୀ ମୁଖାର୍ଜୀ, ସ୍ୱାମୀପିଟର ମୁଖାର୍ଜୀ, ପୂର୍ବତନ ସ୍ୱାମୀ ସଂଜୀବ ଖାନ୍ନାଙ୍କ ସହିତ ସହିତ ଆର୍ଥର ରୋଡ୍ ଜେଲରେ ଅଛନ୍ତି ।

Previous ArticleNext Article

Send this to a friend