ସିନା ବୋରା ହତ୍ୟା ମାମଲାରେ ଜେଲ୍‌ରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ଅସୁସ୍ଥ

Indrani

ମୁମ୍ବାଇ: ସିନା ବୋରା ହତ୍ୟା ମାମଲାରେ ଜେଲ୍‌ରେ ଥିବା ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି।  ତାଙ୍କୁ ସାଉଥ ମୁମ୍ବାଇରେ ଥିବା ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  କ୍ରିଟିକାଲ କେୟାର ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ପ୍ରକୃତରେ ତାଙ୍କର କ’ଣ ହୋଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ।  ଏହା ଆଗରୁ ମଧ୍ୟ ୨୦୧୫ ଅକ୍ଟୋବରରେ ସେ ଅତ୍ୟଧିକ ଔଷଧ ଖାଇ ଦେବାରୁ ଅସୁସ୍ଥ ହୋଇ ପଡ଼ିଥିଲେ।  ସେତେବେଳେ ମଧ୍ୟ ତାଙ୍କୁ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୨୦୧୨ରେ ନିଜ ଝିଅ ସିନା ବୋରାକୁ ଅପହରଣ ଓ ହତ୍ୟା କରିବା ଅଭିଯୋଗରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସ୍ୱାମୀ ପିଟର ମୁଖାର୍ଜୀ ମଧ୍ୟ ଏଥିରେ ଜଡ଼ିତ ଥିବାରୁ ତାଙ୍କୁ ବି ପୋଲିସ୍‌ ଗିରଫ କରିଥିଲା।  ସେ ଏବେ ଆର୍ଥର ରୋଡ୍‌ ଜେଲ୍‌ରେ ଅଛନ୍ତି।

Previous ArticleNext Article

Send this to a friend