ଇରାକରେ କାର ବୋମା ବିସ୍ଫୋରଣ,୧୩୦ ମୃତ

iraq

ବାଗଦାଦ : ପୂର୍ବ ଇରାକର ଏକ ଜନଗହଳିପୂର୍ଣ୍ଣ ମାକେର୍ଟରେ ଶନିବାର କାର ବୋମା ବିସ୍ଫୋରଣରେ ୧୩୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ଆତଙ୍କବାଦୀ ସଂଗଠନ ଆଇଏସ ଭିଆଇଥିବା କୁହାଯାଇଛି।

ଦିୟାଲା ପ୍ରଦେଶ କାଉନସିଲର ମୁଖପାତ୍ର ଇମ୍ମାଦ୍ ମୁତ୍ଥାନ୍ନା କହିଛନ୍ତି ଯେ ଏହି ବୋମା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ୨୦ଜଣ ସାଧାରଣ ଲୋକଙ୍କର ଏବେ ସୁଦ୍ଧା କୌଣସି ପତ୍ତା ମିଳୁ ନାହିଁ। ବିସ୍ଫୋରଣର ମାତ୍ରା ଏତେ ଶକ୍ତିଶାଳୀଥିଲା ଯେ ବିସ୍ଫୋରଣ କେନ୍ଦ୍ରସ୍ଥଳରୁ ୫୦୦ ମିଟର ଯାଏଁ ଲୋକଙ୍କ ଅତ୍ତାପତ୍ତା ମିଳୁ ନାହିଁ। ପ୍ରଶାସନ ପକ୍ଷରୁ ଗୁରୁତରମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶକ୍ତିଶାଳୀ ବିସ୍ଫୋରଣରେ ବହୁ ଲୋକ ଗୁରୁତର ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଇଛି।

ସମଗ୍ର ବିଶ୍ୱମାସୀ ଇଦ ଅଲ-ଫିତର ମହା ଆଡମ୍ବାରରେ ପାଳନ କରୁଥିବାବେଳେ ଆଇଏସ ଆତଙ୍କୀମାନେ ଏହିଭଳି ଅଘଟଣ ଘଟାଇଛନ୍ତି।

Previous ArticleNext Article

Send this to a friend