ସରକାରଙ୍କ ଏହି ସୁବିଧାର ଉଠାନ୍ତୁ ଫାଇଦା: ରେଳରେ ମାଗଣା ଯାତ୍ରା ସହ ବୀମା ଫ୍ରିରେ ମିଳିବ

irctc

ନୂଆଦିଲ୍ଲୀ: କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକସନ୍‌କୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏହି ଯୋଜନା ମଧ୍ୟମରେ ଆପଣ ଟିକେଟ୍‌ର ସମ୍ପୂର୍ଣ୍ଣ ମୂଲ୍ୟ ଫେରସ୍ତ ପାଇପାରିବେ। ଏଥିପାଇଁ ଆପଣଙ୍କୁ କେବଳ IRCTC ର ନୂଆ ସ୍କିମ୍‌ରେ ଭାଗ ନେବାକୁ ପଡ଼ିବ।

IRCTC ଏକ ଲଟେରି ସିଷ୍ଟମ ଆରମ୍ଭ କରଛି। ଏହା ଅନୁସାରେ ପେସେଞ୍ଜରମାନଙ୍କୁ ଶତ ପ୍ରତିଶତ କ୍ୟାସବ୍ୟାକ୍ ଦିଆଯାଉଛି। ଏଥିପାଇଁ ପ୍ରଥମେ ପେସେଞ୍ଜରକୁ IRCTCର ୱେବ୍‌ସାଇଟ୍‌କୁ ଯାଇ ଟିକେଟ ବୁକ କରିବାକୁ ପଡ଼ିବ। ପରେ ଭୀମ୍‌ ଆପ୍‌ କିମ୍ବା ୟୁପିଆଇ(ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ମାଧ୍ୟମରେ ପେମେଣ୍ଟ କରିବାକୁ ପଡ଼ିବ। ଏପରି ପ୍ରତି ମାସରେ ଟିକେଟ ବୁକ କରୁଥିବା ଗ୍ରାହକଙ୍କର ସରକାର ଏକ ଲିଷ୍ଟ  ତିଆରି କରିବେ। ଆଉ ସେଥିମଧ୍ୟରୁ ଲଟେରି ମାଧ୍ୟମରେ ମାତ୍ର ୫ ଜଣଙ୍କୁ ବିଜେତା ଚୟନ କରାଯାଇ ଶତପ୍ରତିଶତ କ୍ୟାସ୍‌ବ୍ୟାକ୍ ଦିଆଯିବ। ଅର୍ଥାତା ଟିକେଟ୍ ବୁକିଂ ପାଇଁ ଖର୍ଚ୍ଚ କରିଥିବା ସମସ୍ତ ଅର୍ଥ ଆପଣଙ୍କୁ ଫେରସ୍ତ ଦିଆଯିବ। ଯାହାଫଳରେ ଆପଣ ଯାତ୍ରା ସମ୍ପୂର୍ଣ୍ଣ ମାଗଣାରେ ହୋଇପାରିବ । ଯେଉଁମାନଙ୍କୁ ଚୟନ କରାଯିବ ସେମାନଙ୍କୁ ଇ-ମେଲ୍‌ କିମ୍ବା ଫୋନ ମାଧ୍ୟମରେ ଜଣାଇ ଦିଆଯିବ।

ବର୍ତ୍ତମାନ ଏହି ସ୍କିମ ୧୦୧୮ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିବ। ଆବଶ୍ୟକ ପଡ଼ିଲେ ଏହି ସୁବିଧା ଅଧିକ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯିବ। ଏଥିସହିତ IRCTC ପେସେଞ୍ଜରଙ୍କୁ ଟିକେଟ୍ ବୁକିଂ ନିଶ୍ଚିତ ହେବା ପରେ ମୁକ୍ତ ଭ୍ରମଣ ବୀମା ମଧ୍ୟ ଯୋଗାଇ ଦିଆଯିବ। ଏହି ଲଟେରି ବ୍ୟବସ୍ଥାର ଆରମ୍ଭ ଗତବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା।।

Previous ArticleNext Article

Send this to a friend