ଅନ୍‌ଲାଇନ୍‌ରେ ବଢିଲା ରେଲୱେ ଟିକେଟ ବୁକିଂ ,ଏଣିକି ୬ ବଦଳରେ କେତୋଟି ହୋଇପାରିବ ଜାଣନ୍ତୁ

659369-railways-generic

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ବଢିଲା ଟିକେଟ ବୁକିଂ । ଏବେ ୬ଟି ନୁହଁ ୧୨ଟି।  ବର୍ତ୍ତମାନ ଅନ୍‌ଲାଇନରେ ୬ଟି ବଦଳରେ  ୧୨ଟି ଟ୍ରେନ୍ ଟିକେଟ୍ ବୁକିଂ କରିପାରିବେ। କିନ୍ତୁ ଏଥିପାଇଁ ଆଧାର ଲିଙ୍କ କରିବାକୁ ପଡ଼ିବ। ଏହାଦ୍ୱାରା ରେଳ ଦୁର୍ଘଟଣାରେ  ଯାତ୍ରୀମାନଙ୍କର ଚିହ୍ନଟ କରିବାରେ ସୁବିଧା ହେବ। ଏଥିସହ ବୀମା ସୁବିଧା  ମଧ୍ୟ ମିଳିବ। ଆଇଆରସିଟିସି ୱେବସାଇଟ୍‌ରେ  ଆବେଦନକାରୀଙ୍କୁ ନିଜ ଆଧାର କାର୍ଡ଼ ଲିଙ୍କ କରିବାକୁ ପଡ଼ିବ।

ବର୍ତ୍ତମାନ ବିନା ଆଧାର ଲିଙ୍କରେ ୬ଟି ଓ ତତ୍କାଳରେ ୪ଟି ଟିକେଟ୍ ବୁକିଂ ହୋଇପାରୁଛି। ଯାହା ଆଧାର ଲିଙ୍କ ପରେ ୧୨କୁ ବୃଦ୍ଧି ହେବ। ରେଳ ବିଭାଗ ଅନୁଯାୟୀ ଯଦି ଯାତ୍ରୀଙ୍କ ସଂଖ୍ୟା ୬ରୁ ଅଧିକ ହୋଇଥିବ ତେବେ ଅନଲାଇନ୍ ଟିକେଟ ବୁକିଂ ପାଇଁ ଆବେଦନକରୀ କିମ୍ବା ଯାତ୍ରୀମାନଙ୍କ ମଧ୍ୟରୁ  ଜଣଙ୍କର ଆଧାର ନମ୍ବର ପୋର୍ଟାଲରେ ଲିଙ୍କ୍‌ କରାଇବାକୁ ହେବ। ଏହାସହ ସେହି ଆଧାର ନମ୍ବର ଷ୍ଟେସନ ମାଷ୍ଟରର ସୂଚିରେ ବି ଥିବା ଆବଶ୍ୟକ। ଏମିତି କରିବେ ଆଧାର ଅପଡେଟ୍: ଆଇଆରସିଟିସି ୱେବସାଇଟ୍‌ରେ ‘My’ ପ୍ରୋଫାଇଲରେ ଏକ ଆଧାର kyc ଥିବ। ଏଥିରେ କ୍ଲିକ କରି ଯାତ୍ରୀ ତା’ର ଆଧାର ନମ୍ବର ପକାଇପାରିବ। ଏହାର ଯାଞ୍ଚ ପାଇଁ ଆଧାର ସହ ଜଡ଼ିତ ମୋବାଇଲ ନମ୍ବରରରେ ଏକ ପାସୱାର୍ଡ ଆସିବ। ସେହି ପାସୱାର୍ଡକୁ ପୋର୍ଟାଲରେ ପକାଇବା ଦ୍ୱାରା ଏହା କନଫର୍ମ ହୋଇଯିବ।

Previous ArticleNext Article

Send this to a friend