ୟୁରୋପୀୟ ଦେଶ ଉପରେ ଆକ୍ରମଣ କରିବାକୁ ଆଇଏସ୍‌ର ଯୋଜନା

isis

ୱାଶିଂଟନ୍: ୟୁରୋପୀୟ ରାଷ୍ଟ୍ରରେ ଖ୍ରୀଷ୍ଟମାସ ଓ ଶୀତଛୁଟି ସମୟରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଆକ୍ରମଣ କରିବାକୁ ଯୋଜନା କରୁଥିବା ଆମେରିକା ପକ୍ଷରୁ କୁହାଯାଇଛି। ଏଥିସହ ଆମେରିକା ପକ୍ଷରୁ ନିଜ ଦେଶର ନାଗରିକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଟେଲିଗ୍ରାଫ ରିପୋର୍ଟ ଅନୁଯାୟୀ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି, ଇସଲାମିକ୍ ଷ୍ଟେଟ୍‌ (ଆଇଏସ) ଏବଂ ଅଲକାଏଦା ଆତଙ୍କବାଦୀ  ସଂଗଠନ ଆକ୍ରମଣ ଯୋଜନା କରିଛନ୍ତି। ତେଣୁ କୌଣସି ଉତ୍ସବ ପାଳନ ବେଳେ ସତର୍କ ରହିବାକୁ ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend