ଇସ୍ରୋ ରଚିଲା ଇତିହାସ, ମହାକାଶରେ ଭାରତର ୧୦୦ତମ ସାଟେଲାଇଟ୍‌

isro

ବିଶାଖାପାଟଣା: ଆଜି ଆଉ ଏକ ଇତିହାସ ସୃଷ୍ଟି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ଇସ୍ରୋ ଆଜି ଉତ୍‌କ୍ଷେପଣ କରିଛି ଦେଶର ୧୦୦ ତମ ସାଟେଲାଇଟ୍। ପିଏସ୍‌ଏଲ୍‌ଭି-ସି ୪୦ ସାହାଯ୍ୟରେ ଏକାଥରେ ୩୧ଟି ସାଟେଲାଇଟ୍‌ ମହାକାଶକୁ ଛଡ଼ାଯାଇଛି। ସକାଳ ୯ଟା ୨୯ ମିନିଟରେ ଶ୍ରୀହରିକୋଟାରୁ ଏଗୁଡ଼ିକୁ ଉତ୍‌କ୍ଷେପଣ କରାଯାଇଥିଲା। ୩୧ଟି ସାଟେଲାଇଟ୍ ମଧ୍ୟରେ ଭାରତର କାଟ୍ରୋସାଟ୍-୨ ସିରିଜ୍‌ର ଗୋଟିଏ ସାଟେଲାଇଟ୍ ଏବଂ ଗୋଟିଏ ଲେଖାଏଁ ମାଇକ୍ରୋ ଓ ନାନୋ ସାଟେଲାଇଟ୍ ରହିଛି।  ବାକି ୨୮ଟି ବିଦେଶୀ ସାଟେଲାଇଟ୍। ସେଗୁଡ଼ିକ ସବୁ କାନାଡ଼ା, ଫିନ୍‌ଲ୍ୟାଣ୍ଡ୍, ଫ୍ରାନ୍ସ, କୋରିଆ, ଇଂଲଣ୍ଡ ଓ ଆମେରିକା ଆଦି ଦେଶର।  ୩୧ଟି ଯାକ ସାଟେଲାଇଟ୍‌ର ମୋଟ ଓଜନ ପ୍ରାୟ ୧, ୩୨୩ କିଲୋଗ୍ରାମ।

ପାଣିପାଗ, ନେଟ୍‌ୱାର୍କ ମନିଟରିଂ ଆଦି କ୍ଷେତ୍ରରେ ବେଶ୍ ସହାୟକ ହେବ କାର୍ଟୋସାଟ୍।  ୨୦୧୮ରେ ଏହା ଭାରତର ପ୍ରଥମ ମହାକାଶ ଅଭିଯାନ।

Previous ArticleNext Article

Send this to a friend