ହାଇ ସ୍ପିଡ୍ ଇଣ୍ଟରନେଟ୍ ପାଇଁ କମର କସିଲା ଇସ୍ରୋ; ଛାଡ଼ିବ ୩ ସାଟେଲାଇଟ୍, ଇଣ୍ଟରନେଟ୍ ଦ୍ୱାରା ଦେଖି ହେବ ଟିଭି

ISRO

ଅହମଦାବାଦ: ହାଇ-ସ୍ପିଡ୍ ଇଣ୍ଟରନେଟ୍ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପ୍ରସ୍ତୁତ କରିଛି ନୂଆ ଯୋଜନା। ଦେଶରେ ଇଣ୍ଟରନେଟ୍ ସ୍ପିଡ୍‌କୁ ହାଇ କରିବା ପାଇଁ ଇସ୍ରୋ ତିନିଟି ଯୋଗାଯୋଗ ଉପଗ୍ରହ ବା କମୁନିକେସନ୍ ସାଟେଲାଇଟ୍ ଉତ୍‌କ୍ଷେପଣ କରିବ। ଏହି ତିନି ସାଟେଲାଇଟ୍ ହେଉଛି- GSAT-19, GSAT-11 ଓ GSAT-20। ଆସନ୍ତା ୧୮ ମାସରେ ଇସ୍ରୋ ଏହି ସାଟେଲାଇଟ୍‌ଗୁଡ଼ିକୁ ମହାକାଶକୁ ଛାଡ଼ିବେ।

ଏହି ତିନି ସାଟେଲାଇଟ୍ ବୈପ୍ଳବିକ ପରିବର୍ତ୍ତନ ଆଣିବେ ବୋଲି କୁହାଯାଉଛି। ଦେଶର ସ୍ମାର୍ଟ ସିଟି ଗୁଡ଼ିକର ଯୋଗାଯୋଗ ଆବଶ୍ୟକତାକୁ ଏଗୁଡ଼ିକ ପୂରଣ କରିବେ।

ଅହମଦାବାଦରେ ସ୍ଥିତ ସ୍ପେସ୍‌ ଆପ୍ଲିକେସନ୍ ସେଣ୍ଟର (ଏସ୍‌ଏସି)ର ନିର୍ଦ୍ଦେଶକ ତପନ ମିଶ୍ରା କହିଛନ୍ତି,“ଜୁନ୍ ମାସରେ GSAT-19 ଉତ୍‌କ୍ଷେପଣ କରାଯିବ। ଏହା ସହିତ କମ୍ୟୁନିକେସନ୍ ସାଟେଲାଇଟ୍‌ର ନୂଆ ଯୁଗ ଆରମ୍ଭ ହେବ। ଏହା ଭାରତ ହାଇ-ଥ୍ରୁପୁଟ୍ ସାଟେଲାଇଟ୍‌ର ଅୟାରମ୍ଭ ମଧ୍ୟ ହେବ। ସୂଚନାଯୋଗ୍ୟ, ଏସ୍‌ଏସି ହେଉଛି ଇସ୍ରୋର ଏକ ଶାଖା ଯାହା ସାଟେଲାଇଟ୍ ପେଲୋଡ୍‌ ତିଆରି କରେ।

ସେ ଆହୁରି କହିଛନ୍ତି,“କମ୍ୟୁନିକେସନ୍ ଟେକ୍ନୋଲୋଜିରେ ଆମେ ପରିବର୍ତ୍ତନ ଦେଖି ସାରିଛନ୍ତି । ଇଣ୍ଟରନେଟ୍‌ରେ ଭଏସ୍ ଓ ଭିଡିଓ ଯିବାଆସିବା ହୋଇପାରୁଛି। ତେବେ ଆଗକୁ ଏହି ସାଟେଲାଇଟ୍ ଉତ୍‌କ୍ଷେପଣ କରଯିବା ପରେ ଓୟାରଲେସ୍‌ ଟେକ୍ନୋଲୋଜିର ବ୍ୟବହାରରେ ଇଣ୍ଟରନେଟ୍ ଦ୍ୱାରା ଟେଲିଭିଜନ ଦେଖି ହେବ।”

ବିକଶିତ ଦେଶଗୁଡ଼ିକରେ ହାଇ-ଥ୍ରୁପୁଟ୍‌ ସାଟେଲାଇଟ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଏହି ଦେଶଗୁଡ଼ିକରେ  ହାଇ-ଥ୍ରୁପୁଟ୍‌ ସାଟେଲାଇଟ୍ ଯୋଗୁଁ ଇଣ୍ଟରନେଟ୍ କନେକ୍ଟିଭିଟି ଅନେକ ଗୁଣରେ ଦ୍ରୁତ ଗତିରେ ଚାଲୁଛି। ବ୍ୟବହାର କରିବାକୁ ସହଜ ହେଉଛି, ଆଉ କମ୍ ଅର୍ଥ ବି ବୟ ହେଉଛି।

ତପନ ମିଶ୍ରା କହିଛନ୍ତି,“ ଗୋଟିଏ GSAT ସାଟେଲାଇଟ୍‌ ଏକ ସେକେଣ୍ଡରେ ଏକ ଗିଗାବାଇଟ୍ ଡାଟା ଟ୍ରାନ୍ସଫର କରେ। କିନ୍ତୁ GSAT-19 ପ୍ରତି ସେକେଣ୍ଡରେ ୪ ଗିଗାବାଇଟ୍ ଡାଟା ଟ୍ରାନ୍ସଫର କରିପାରିବାର କ୍ଷମତା ରଖୁଛି। ଅର୍ଥାତ GSAT-19 ଚାରିଟି ସାଟେଲାଇଟ୍ ସହ ସମାନ।”

ତାଙ୍କର ସୂଚନା ଅନୁଯାୟୀ GSAT-11  ୨୦୧୮ ଜାନୁଆରୀ ମାସରେ ଉତ୍‌କ୍ଷେପଣ ହୋଇପାରେ। ଏହା ହେଉଛି ଇସ୍ରୋ ଦ୍ୱାରା ପ୍ରସ୍ତୁତ ଅଧିକ ଓଜନ ବିଶିଷ୍ଟ ସାଟେଲାଇଟ୍‌ଗୁଡ଼ିକ ମଧ୍ୟରୁ ଗୋଟିଏ। ଏହା ପ୍ରତି ସେକେଣ୍ଡରେ ୧୪ ଗିଗାବାଇଟ୍ ଡାଟା ଟ୍ରାନ୍ସଫର କରି ପାରିବ। GSAT-20 ଆସନ୍ତାବର୍ଷ ଶେଷ ଆଡ଼କୁ ମହାକାଶକୁ ଛାଡ଼ିବାକୁ ଇସ୍ରୋ ଯୋଜନା କରିଛି। ଏହି ସାଟେଲାଇଟ୍ ଏକ ସେକେଣ୍ଡରେ ୭୦ ଗିଗାବାଇଟ୍ ଡାଟା ଟ୍ରାନ୍ସଫର କରିପାରିବ।

Previous ArticleNext Article

Send this to a friend