ଭଲ ଲାଗିଲେ ଦେବେ ନହେଲେ ନାହିଁ: ସର୍ଭିସ୍‌ ଟ୍ୟାକ୍ସ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

resturant

ନୂଆଦିଲ୍ଲୀ: କୌଣସି ହୋଟେଲ କିମ୍ବା ରେଣ୍ଟୁରାଣ୍ଟରେ ଖାଇବା ପରେ ବିଲ୍‌ରେ ସର୍ଭିସ୍‌ ଟ୍ୟାକ୍ସ (ସେବା ଶୁଳ୍କ) ଦେଉଛନ୍ତି କି? ଯଦି ହେଉଛନ୍ତି, ଆଉ ଦିଅନ୍ତୁ ନାହିଁ। କାରଣ ହୋଟେଲ କି ରେଣ୍ଟୁରାଣ୍ଟରେ ଖାଇଲେ ସର୍ଭିସ୍‌ ଟ୍ୟାକ୍ସ ଦେବା ନ ଦେବା ଆପଣଙ୍କ ଉପରେ ନିର୍ଭର କରେ। ଏଥିପାଇଁ ଆପଣଙ୍କୁ କେହି ବାଧ୍ୟ କରିପାରିବେ ନାହିଁ। ଆପଣ ଚାହିଁଲେ ଦେବେ ନ ହେଲେ ଦେବେ ନାହିଁ। ଏହା ଆମେ ନୁହେଁ, କେନ୍ଦ୍ର ସରକାର କହୁଛନ୍ତି। ଏନେଇ ଆଜି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଲାଶ ପାଶୱାନ ସୂଚନା ଦେଇଛନ୍ତି।

ପାଶୱାନ ଟ୍ୱିଟ୍‌ କରି କହିଛନ୍ତି,“ଏନେଇ କେନ୍ଦ୍ର ସରକାର ମଞ୍ଜୁରୀ ଦେଇ ସାରିଛନ୍ତି। ଏଣିକି ହୋଟେଲ ଓ ରେଷ୍ଟୁରାଣ୍ଟ ସର୍ଭିସ୍‌ ଟ୍ୟାକ୍ସ ସ୍ଥିର କରିବେ ନାହିଁ। ଗ୍ରାହକ ନିଜ ବିବେକ ଅନୁସାରେ ଯାହା ଚାହିଁବେ ଦେବେ। ଏହି ନିର୍ଦ୍ଦେନାମାକୁ କାର୍ଯ୍ୟକାରୀ କରିବାକୁ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ।”

ସେ ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରିଛନ୍ତି, ହୋଟେଲ ଓ ରେଷ୍ଟୁରାଣ୍ଟ ପକ୍ଷରୁ ବିଲ୍‌ ଦିଆଯିବା ବେଳେ ସର୍ଭିସ୍‌ ଟ୍ୟାକ୍ସ ସ୍ଥାନ ଖାଲି ଛଡାଯିବ। ଏହାକୁ ଗ୍ରାହକ ନିଜ ଇଚ୍ଛା ଅନୁସାରେ ପୂରଣ କରିବେ।

ଗତ ସପ୍ତାହରେ ପାଶୱାନ କହିଥିଲେ,“ ସର୍ଭିସ୍‌ ଟ୍ୟାକ୍ସର କିଛି ଅସ୍ତିତ୍ୱ ନାହିଁ। ଏହାକୁ ବେଆଇନ ଭାବେ ଲାଗୁ କରାଯାଉଛି। ଏହାକୁ ନେଇ ମୁଁ ପରାମର୍ଶପତ୍ର ପ୍ରସ୍ତୁତ କରି ମଞ୍ଜୁରୀ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି।”

Previous ArticleNext Article