ଶ୍ରୀନଗର: ପାକିସ୍ତାନ ପୁଣି ଥରେ ସୀମାରେ ବା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜମ୍ମୁ-କାଶ୍ମୀରର ସୁନ୍ଦରବାନୀ ସେକ୍ଟରରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ ଭାରତୀୟ ସେନାର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ରାଇଫଲ ମ୍ୟାନ ବିନୋଦ ସିଂ ଓ ଜାକି ଶର୍ମ॥
ଭାରତ ପକ୍ଷରୁ ମଧ୍ୟ ଏହାର କଡା ଜବାବ ଦିଆଯାଇଛି। ଗତକାଲି ସନ୍ଧ୍ୟାରୁ ଭାରତୀୟ ପୋଷ୍ଟ ଗୁଡିକୁ ଟାର୍ଗେଟ କରି ପାକ୍ ପକ୍ଷରୁ ମୋର୍ଟାର ଆକ୍ରମଣ କରାଯାଇଥିଲା। ଏବେ ମଧ୍ୟ ଗୁଳିବିନିମୟ ଜାରି ରହିଛି।