ଭୁସ୍ଖଳନ ପରେ ଜମ୍ମୁ-ଶ୍ରୀନଗରରେ ହାଇୱେ ବନ୍ଦ: ଅମରନାଥ ଯାତ୍ରାରେ ବାଧା

amarnath-yatra

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏଥିଯୋଗୁଁ ଉକ୍ତ ଅଞ୍ଚଳଗୁଡ଼ିକରେ ଯାତାୟତ ଠପ୍ ହୋଇଯାଇଛି। ଏହି କାରଣରୁ ଅମରନାଥ ଯାତ୍ରାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ମିଳିଥିବା ସୂଚନାନୁସାରେ ଜମ୍ମୁ-ଶ୍ରୀନଗର ହାଇୱେକୁ ବନ୍ଦ କରି ଦିଆଯାଇଛି। ପନ୍ଥୟାଳ, ମେହର ଓ ସୀରୀରେ ଭୂସ୍ଖଳନ ଯୋଗୁଁ ରାଜପଥକୁ ବନ୍ଦ କରି ଦିଆଯାଇଛି। ଏହି ତିନି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି।

ଗତକାଲି ପବିତ୍ର ଅମରନାଥ ଗୁମ୍ପାକୁ ଦର୍ଶନ କରିବା ପାଇଁ ପ୍ରାୟ ୩୦୦ଶ୍ରଦ୍ଧାଳୁ କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁରୁ ବାହାରିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨.୫୨ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ଗୁମ୍ପା ଦର୍ଶନ କରି ସାରିଛନ୍ତି।

୪୦ ଦିବସୀୟ ଅମରନାଥ ଯାତ୍ରା ୨୯ ଜୁନ୍‌ରେ ଆରମ୍ଭ ହୋଇଥିଲା। ୭ ଅଗଷ୍ଟରେ ଯାତ୍ରାର ସମାପନ ହେବ। ଚଳିତ ବର୍ଷ ଏହି ଯାତ୍ରା ସମୟରେ ବିଭିନ୍ନ କାରଣରୁ ୪୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି।

Previous ArticleNext Article

Send this to a friend