ଜନଶତାବ୍ଦୀରେ ଲାଗିଗଲା ନିଆଁ

bihar_a_1518580900_618x347 (1)

ପାଟନା: ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ।  ବୁଧବାର ସକାଳେ ହାୱଡା ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌ର ଏକ ଏସି ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯିବା ଯୋଗୁଁ ବେଶୀ କ୍ଷୟକ୍ଷତି ହେବାର ସୂଚନା ମିଳିପାରିନାହିଁ। କୁହାଯାଉଛି ବ୍ରେକ୍‌ ବାଇଣ୍ଡିଙ୍ଗ କାରଣରୁ ନିଆଁ ଲାଗିଥିଲା। ନିଆଁ ଲାଗିଯିବା ଫଳରେ ଯାତ୍ରୀ ମାନେ ଭୟଭୀତ ହୋଇଯାଇଥିଲେ। ଏହାପରେ ମୋକମା ଷ୍ଟେସନ୍‌ରେ ଅଧଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଅଟକିଥିଲା। ଟେକ୍‌ନିକାଲ ଟିମ୍‌ ଆସିବା ପରେ ଟ୍ରେନ ଷ୍ଟେସନରୁ ଛାଡିଥିଲା। ବ୍ରେକ୍‌ ବାଇଡିଙ୍ଗ୍‌ ଏକ ଯନ୍ତ୍ରପାତିକ ତ୍ରୁଟି। ବ୍ରେକ୍‌ ଜାମ ହୋଇଯିବା ଫଳରେ ଘର୍ଷଣ ଦ୍ୱାରା ନିଆଁ ବାହାରିଥାଏ।

ବ୍ରେକ ବାଇଡିଙ୍ଗ କାରଣରୁ ଫେବୃଆରୀ ୨ତାରିଖରେ ମୁମ୍ୱାଇ ରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଯାତ୍ରୀ। ଟ୍ରେନ୍‌ରେ ଚାରିଆଡେ  ନିଆଁ ବ୍ୟାପିବା ପୂର୍ବରୁ ଏହାକୁ  କାବୁ  କରିଦିଆଯାଇଥିଲା।

Previous ArticleNext Article

Send this to a friend