ଭାରତ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ

Shinzo-Abe

ନୂଆଦିଲ୍ଲୀ: ଆଜି ଭାରତ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ। ଦୁଇ ଦିନିଆ ଗସ୍ତରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ଗୁଜରାଟର ଅହମ୍ମଦାବାଦରେ ହେବାକୁ ଥିବା ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ସିଂଜୋ ଆବେ। ଏଥିସହ ସେ ସାବରମତୀ ଆଶ୍ରମ ଯିବେ। ଅହମ୍ମଦାବାଦରେ ମଧ୍ୟ ଏକ ରୋଡ୍ ଶୋ’ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଂଜୋ ଆବେ ଯୋଗଦେବେ। ଅହମ୍ମଦାବାଦ ବିମାନବନ୍ଦରରୁ ସାବରମତୀ ଆଶ୍ରମ ଦୀର୍ଘ ୮ କିଲୋମିଟର ବ୍ୟାପି ହେବ ଏହି ରୋଡ ଶୋ’।

ଆସନ୍ତାକାଲି ଜାପାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିବେ ସିଂଜୋ। ଏଥିସହ ଭାରତର ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପର ଶୁଭ ଦିଆଯିବ। ସିଂଜୋ ଓ ମୋଦିଙ୍କ ଉପସ୍ଥିତିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ଟ୍ରେନ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚାଲିବ। ୫୦୮ କିଲୋମିଟର ଲମ୍ବର ମୁମ୍ବାଇ- ଅହମ୍ମଦାବାଦ ହାଇସ୍ପିଡ ରେଳ ପ୍ରୋଜେକ୍ଟ ପାଇଁ ୧ଲକ୍ଷ ୧୦ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିପାଇଁ ଜାପାନ ସରକାରଙ୍କ ପକ୍ଷରୁ ୧ପ୍ରତିଶତ ସୁଧ ହାରରେ ୮୮ହଜାର କୋଟି ଟଙ୍କା ଋଣ ଦିଆଯାଇଛି। ଟ୍ରେନ୍‌ଟି ୨୭ କିଲୋମିଟର ଲମ୍ବର ସୁଡଙ୍ଗ ଓ ସମୁଦ୍ର ଭିତରେ ୭ କିଲୋମିଟର ଚାଲିବ। ଏଥିରେ ୧୨ଟି ଷ୍ଟେସନ ରହିବ। ଜାପାନ ସରକାର ଏହି ପ୍ରକଳ୍ପ ପାଇଁ ବୈଷୟିକ ସହାୟତା ଯୋଗାଇଦେବେ।

ସିଂଜୋଙ୍କ ସହ ମଧ୍ୟ ଆସୁଛନ୍ତି ତାଙ୍କ ପତ୍ନୀ ଆକି ଆବେ।

.

 

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend